ଓଡ଼ିଶା ପ୍ରଜ୍ଞାପନ ମେଢ଼: ଦିଲ୍ଲୀ ପରେଡରେ ଅଧିକାର କଲା ପ୍ରଥମ ସ୍ଥାନ । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଗଡିଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼(ଟାବ୍ଲୋ) ପ୍ରଥମ ସ୍ଥାନ ହାସଲ କରିଛି। ରାଜ୍ୟ ସରକାର ବିକଶିତ ଭାରତ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିଥିଲେ। ରଘୁରାଜପୁର ଗ୍ରାମରେ ମହିଳାମାନେ କିପରି ବିଭିନ୍ନ ପ୍ରକାର ଅଦରକାରୀ ଜିନିଷରୁ ପଟ୍ଟଚିତ୍ର ପ୍ରଦର୍ଶନ କରିବା ଚିତ୍ର, ଏହାସହ ସେଥିରେ ସମ୍ବଲପୁରୀ ସଙ୍ଗୀତ ରଖାଯାଇଥିଲା। ଏହାକୁ ବିକଶିତ ଭାରତରେ ମହିଳା ସଶକ୍ତୀକରଣ ପ୍ରଜ୍ଞାପନ ମେଢ ବୋଲି କୁହାଯାଇଛି। ଲଗାତର ୩ ବର୍ଷ ୨୦୨୧,୨୦୨୨ ଏବଂ ୨୦୨୩ ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଦର୍ଶିତ କରିବାକୁ ଥିବା ପ୍ରଜ୍ଞାପନ ମେଢ଼କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଖାରଜ କରିଦେଉଥିଲା। ହେଲେ ଏଥର ଜାନୁଆରୀ ୨୬ ପାଇଁ ଓଡ଼ିଶା ଯେଉଁ ମେଢ ପ୍ରଦର୍ଶନ କରିବାକୁ ଯୋଜନା ରଖିଥିଲା ସେଥିରେ କେନ୍ଦ୍ର ଅନେକ କିଛି ଜିନିଷ ପରିବର୍ତ୍ତନ କରିଥିଲେ ମଧ୍ୟ ଶେଷରେ ମନୋନୀତ କରିଥିଲା।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post