ବର ଶୋଭାଯାତ୍ରାରେ ଦୁଲୁକିଲା ଏକାମ୍ରକ୍ଷେତ୍ର
ବର ଦେଉଳରୁ କନିଆ ଘର ସବୁଠିଥିଲା ଉତ୍ସାହର ପରିବେଶ । ଶୋଭାଯାତ୍ରାରେ ଦୁଲୁକିଲା ଏକାମ୍ରକ୍ଷେତ୍ର । ବଡସିଂହାର ବେଶ ପରେ ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ବିମାନରେ ବାହାରିଥିଲେ କନିଆ ଘର । ବର ଯାତ୍ରୀଙ୍କୁ ନେଇ ବିରାଟ ପଟୁଆରର କେଦାରଗୌରୀ ମନ୍ଦିରରେ ପହଞ୍ଚିିଥିଲେ ପ୍ରଭୁ ଲିଙ୍ଗରାଜ । ସେଠାରେ ମହାଆଡମ୍ବରରେ ଦେବ ଦଂପତିଙ୍କ ବିବାହ ବିଧିମୁତାବକ ସଂପନ୍ନ ହୋଇଛି । ଘଣ୍ଟ ଘଣ୍ଟା , କାହାଳୀ, ତ୍ରିଶାଖା, ଛତା ସହ ପାରମ୍ପରିକ ବାଦ୍ୟରେ ବାହାରିଥିଲେ ବରଯାତ୍ରୀ ଦଳ । ବର ଯାତ୍ରୀଙ୍କୁ କନ୍ୟା ଘର ପକ୍ଷରୁ ଥଣ୍ଡା, ରସଗୋଲା, ବାଦାମ ସର୍ବତ, ଛେନା ବର୍ଫି, ଆମ୍ବ ରସ ଦେଇ ଆପାୟିତ କରାଯାଇଥିଲା । ଏହାପରେ ବିବାହ ମଣ୍ଡପରେ ଦେବଦଂପତିଙ୍କ ବିବାହ ବୈଦିକ ରୀତିନୀତିରେ ସଂପନ୍ନ ହୋଇଛି । ଆଜି ବିଧି ମୁତାବକ ସମସ୍ତ ନୀତିକାନିତ ପରେ ସନ୍ଧ୍ୟାରେ ଦିଅଁ ଶୋଭାଯାତ୍ରାରେ ରାଜ ଦେଉଳରୁ ପ୍ରତ୍ୟାବର୍ତନ କରିବା କାର୍ଯ୍ୟକ୍ରମ ରହିଛି ।