ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ବାହୁଡା ଯାତ୍ରା ପ୍ରସ୍ତୁତି

ସେପଟେ ହେରାପଞ୍ଚମୀ ନୀତି ସମ୍ପର୍ଣ୍ଣ ହେବାପରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ବାହୁଡା ଯାତ୍ରା ପ୍ରସ୍ତୁତି । ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଥିବା ତିନି ରଥକୁ ଆଜି ଦକ୍ଷିଣମୋଡ କରାଯିବ । ଏଥିପାଇଁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ସଫାସୁତୁରା କରାଯାଇଛି । ମଧ୍ୟାହ୍ନ ସାଢେ ୧୨ଟା ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ସେବାୟତ ଓ ପୁଲିସ କର୍ମଚାରୀଙ୍କ ସହାୟତାରେ ରଥ ତିନୋଟିକୁ ଦକ୍ଷିଣ କରାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୂତି କରାଯାଇଛି । ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥକୁ ଦକ୍ଷିଣମୋଡ଼ କରାଯିବ । ଏହାପରେ ବଡ଼ ଠାକୁରଙ୍କ ତାଳଧ୍ବଜ ଓ ନନ୍ଦିଘୋଷକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯିବ ।