ଆଜି ହେଉଛି ବକ୍ରି ଇଦ୍
ଆଜି ହେଉଛି ଇସଲାମ ଧର୍ମାବଲମ୍ବୀଙ୍କ ପାଇଁ ସ୍ୱତନ୍ତ୍ର ଦିନ । ଦେଶର ଇସଲାମ ସମ୍ପ୍ରଦାୟର ଲୋକେ ଆଜିର ଦିନକୁ ଇଦ ଉଲ୍ ଜୁହା ବା ବକ୍ରି ଇଦ୍ ଭାବେ ପାଳନ କରୁଛନ୍ତି । ଏହି ଦିନ ଟିକୁ ବଳିଦାନ ଦିବସ ଭାବେ ପାଳନ କରାଯାଇଥାଏ । ବଳିଦାନର ଏହି ପରମ୍ପରା ହଜରତ ଇବ୍ରାହିମଙ୍କ ସମୟରୁ ଆରମ୍ଭ ହୋଇଥିଲା । ନିଜଠାରେ ଥିବା ନକାରାତ୍ମକ ଶକ୍ତିକୁ ବଳି ଦେଇ ସକାରାତ୍ମକ ଚିନ୍ତାଧାରା ଆଣିବା ହେଉଛି ଏହି ପର୍ବର ଉଦ୍ଦେଶ୍ୟ । ଇଦ ଉଲ୍ ଜୁହା ଅବସରରେ ଦେଶର ବିଭିନ୍ନ ମସଜିଦରେ ନମାଜ ପାଠ କରିବାକୁ ଭିଡ଼ ଜମିଛି । ନିଜ ପରିବାର ଓ ବନ୍ଧୁଜନଙ୍କୁ ଭେଟି ଇଦ ଉଲ୍ ଜୁହାର ଶୁଭକାମନା ଜଣାଉଛନ୍ତି ଇସଲାମ ଧର୍ମାବଲମ୍ବୀ । ପ୍ରତି ଘରେ ଖୁସିର ମାହୋଲ ରହିଛି ।