ବାରଣାସୀ : ଜ୍ଞାନବାପୀ ମସଜିଦରେ ସର୍ଭେ କାର୍ଯ୍ୟ ଜାରି ରହିଛି। ସର୍ଭେର ଭିଡିଓ ରେକର୍ଡ କରାଯାଇଛି। ଏଥିରେ ତ୍ରୀଶୁଳ, ସ୍ବସ୍ତିକ , ଫୁଲ ପରି ଚିହ୍ନ ସବୁ ଦେଖିବାକୁ ମିଳିଛି। ମସଜିଦ କାନ୍ଥ ଏବଂ ପିଲାର୍ରେ ଏସବୁ ଚିହ୍ନ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ୭ ଘଣ୍ଟା ସର୍ଭେ ହୋଇଥିଲା। ଏଏସ୍ଆଇ ଟିମ୍ରେ ୩୭ ସଦସ୍ୟ ରହିଛନ୍ତି। ଆଇଆଇଟି ଏକ୍ସପର୍ଟ ଟିମ୍କୁ ମିଶାଇଲେ ମୋଟ୍ ୪୧ ଜଣ ସଦସ୍ୟ ସର୍ଭେ ପାଇଁ ୪ଟି ଟିମ୍ରେ ବିଭକ୍ତ ହୋଇଛନ୍ତି। ତେବେ ସର୍ଭେ କାର୍ଯ୍ୟ ଶେଷ କରିବାପାଇଁ ବାରଣାସୀ ଜିଲ୍ଲା କୋର୍ଟ ଏଏସ୍ଆଇକୁ ୪ ସପ୍ତାହ ସମୟ ଦେଇଛନ୍ତି। ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସରକାରଙ୍କ ପକ୍ଷରୁ ଓକିଲ ଅମିତ ଶ୍ରୀବାସ୍ତବ ଏଏସ୍ଆଇ ପାଇଁ କୋର୍ଟରେ ସମୟ ମାଗିଥିଲେ। କୋର୍ଟ ଏଏସ୍ଆଇକୁ ୪ ସପ୍ତାହ ସମୟ ଦେଇଛନ୍ତି ଏବଂ ସେପ୍ଟେମ୍ବର ୨ ତାରିଖରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। କଡା ସୁରକ୍ଷା ବ୍ୟବସ୍ଥାରେ ଚାଲିଛି ଜ୍ଞାନବାପୀ ସର୍ଭେ ।
Trending
- ଜେଲରୁ ମୁକୁଳିଲେ ଜଗା ପ୍ରଧାନ
- ୧୪ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
- ଭାରତ ଏକ ଧର୍ମଶାଳା ନୁହେଁ
- ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ,ଆନ୍ଦୋଳନ ଜାରି
- ୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଆଜି ଭାରତ ବନ୍ଦ ଡାକରା
- ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ
- ଆଜି ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି
- ଆଜି ଠୁ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
- ରଥ ଉପରେ ଭାଙ୍ଗିଲା ଅଧର ହାଣ୍ଡି
- ହାତୀ ପୁଣି ଥରେ ମନମୋହନ ସାମଲଙ୍କ ମୁଣ୍ଡ ଉପରେ ସୁନା କଳସ ଢାଳିଛି,ନିର୍ବିବାଦୀୟ ଭାବରେ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି
Prev Post