ନଭେମ୍ବର ମାସ ୨୭ ତାରିଖରୁ ଆରମ୍ଭ ହେବ ଭୁବନେଶ୍ୱର ବାଲିଯାତ୍ରା । ଏଥର ୯ ଦିନ ପର୍ଯ୍ୟନ୍ତ ବାଲିଯାତ୍ରା ଚାଲିବ । ଏଥିସହିତ ୮୦୦ରୁ ଅଧିକ ଷ୍ଟଲ ଖୋଲିବ । ଏନେଇ ଭୁବନେଶ୍ୱର ବାଲିଯାତ୍ରା କମିଟିର ପ୍ରଥମ ପ୍ରସ୍ତୁତି ବୈଠକରେ ମଞ୍ଚେଶ୍ୱର ସ୍ଥିତ ଏକ ଘରୋଇ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ବାଲିଯାତ୍ରାକୁ ସରସ ଓ ସୁନ୍ଦର କରିବା ସହ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ମୁଖ୍ୟ ଉପଦେଷ୍ଟା ତଥା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ ।ଅନୁଷ୍ଠାନର ଆବାହକ ଯଶୋବନ୍ତ ଓଝା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବାଲିଯାତ୍ରାର ୧ ମାସ ପୂର୍ବରୁ ଯାତ୍ରା ପଡ଼ିଆ ନିକଟରେ ଏକ ଅସ୍ଥାୟୀ ପୋଲିସ ପୋଷ୍ଟ କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା । ଚଳିତ ବର୍ଷ ବାଲିଯାତ୍ରାକୁ ସମଗ୍ର ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତ ସରକାରୀ ଓ ଘରୋଇ ସହଯୋଗ ଯୋଗାଇ ଦିଆଯିବ ବୋଲି ଅନୁଷ୍ଠାନର ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ କହିଥିଲେ ।
Trending
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
Prev Post
Next Post