କରତକଳରୁ ତେର ପରସ୍ତ ପୋଟଳ କାମ ପାଇଁ ପାଞ୍ଚ ପାହିଆ ପଟା ପହଞ୍ଚି ନାହିଁ। ପଟା ରଥଖଳାରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ନଥିବାରୁ ମହାରଣା ସେବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାଠ ପହଞ୍ଚି ନଥିବାରୁ ଧାର୍ଯ୍ୟ ସମୟରେ ରଥକାମ ସାରିବା ଆହ୍ବାନ ପାଲଟିବ ବୋଲି କହିଛନ୍ତି। ରଥଯାତ୍ରାକୁ ଆଉ ମାତ୍ର ୧୩ ଦିନ। ତୃତୀୟ ଭୂଇଁ ଉଠିସାରିଥିଲେ ହେଁ ପୋଟଳ ଭଳି ସମୟସାପେକ୍ଷ କାମ ସହ ଦୁଆରବେଢ଼ା, ଚନ୍ଦ୍ରଶାଳି, ପାରାଭାଡ଼ି କାମ ହୋଇନାହିଁ। ତେଣୁ ରଥଯାତ୍ରାର ୧୦ ଦିନ ପୂର୍ବରୁ କାମ ସାରିବା ନେଇ ମହାରଣା ସେବକମାନେ ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ସମ୍ଭବ ହେବ ନାହିଁ ବୋଲି ପରୋକ୍ଷରେ ସ୍ବୀକାର କରିସାରିଲେଣି।ଖାଲି ସେତିକି ନୁହେଁ, ନନ୍ଦିଘୋଷ ରଥର ଦଣ୍ଡା ତିଆରି ପାଇଁ ଯୋଗାଇ ଦିଆଯାଇଥିବା କାଠରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବନ ବିଭାଗ ପକ୍ଷରୁ ଏଥିପାଇଁ ଯୋଗାଇ ଦିଆଯାଇଥିବା ୪୦ ଫୁଟିଆ କାଠ ମଧ୍ୟରୁ କିଛି କାଠକୁ ଚଉପଟ କରିବା ପରେ କାଠ ଭିତରେ ପୋଲା ରହିଥିଲା। ତେଣୁ ସେହି କାଠଗୁଡ଼ିକୁ କାମ କରିସାରିବା ପରେ ବାଦ୍ ଦିଆଯାଇଥିଲା। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦଣ୍ଡା ପାଇଁ ଆସିଥିବା କାଠରେ ମଧ୍ୟ ଅନୁରୂପ ତ୍ରୁଟି ରହିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ତିନିରଥରେ ତୃତୀୟ ଭୂଇଁ ତଥା ଅଗ ଭୂଇଁ ସଂଯୋଗ ସରିଲାଣି। ତୃତୀୟ ଭୂଇଁ ଉଠିବା ପୂର୍ବରୁ ତେର ପରସ୍ତ ପୋଟଳ କାମ ଆରମ୍ଭ ହୋଇଯାଇଥାଏ। କିନ୍ତୁ ଏଥର କାଠ ପଟା ଯୋଗାଣରେ ଅବହେଳା ଯୋଗୁ ରଥ କାମ ମନ୍ଥର ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ବକର୍ମା ତଥା ମହାରଣା ସେବକ ବିଜୟ କୁମାର ମହାପାତ୍ର କହିଛନ୍ତି, ତେର ପରସ୍ତ ପ୍ରସ୍ତୁତ କରିବା ସମୟ ସାପେକ୍ଷ କାର୍ଯ୍ୟ। ତୃତୀୟ ଭୂଇଁ ଉଠିବା ସହ ପୋଟଳ କାମ ଆରମ୍ଭ ହେବା କଥା। ଏଥିପାଇଁ ପାଞ୍ଚ ପାହିଆ କଞ୍ଚା ମହି ପଟା ଆବଶ୍ୟକ ରହିଛି।ଦୁଆରବେଢ଼ା ପାଇଁ ମଧ୍ୟ କଞ୍ଚା ପଟା ଆବଶ୍ୟକ ରହିଛି। ଏଥିସହ ପାରାଭାଡ଼ି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ। ପର୍ଯ୍ୟାୟ କ୍ରମେ ତୃତୀୟ ଭୂଇଁ ଉଠି ସାରିଥିବାରୁ ପୋଟଳ କାର୍ଯ୍ୟ ହୋଇପାରିନଥିବାରୁ ଚିନ୍ତା ବଢ଼ିବା ସ୍ବାଭାବିକ। ଗତବର୍ଷ ଏଥିରେ କୌଣସି ସମସ୍ୟା ଉପୁଜିନଥିଲା। କିନ୍ତୁ ଏବର୍ଷ ପଟା ଆମ ପାଖକୁ ରଥଖଳାକୁ ଆସିବାରେ ବିଳମ୍ବ ଆମର ଚିନ୍ତା ବଢ଼ାଉଛି। କାମ ମନ୍ଥର ହେଉଛି। ଯଦି ଦିନେ ଦୁଇଦିନ ମଧ୍ୟରେ କାଠପଟା ନପହଞ୍ଚେ ତେବେ କାମ କରିବା ଆମ ପାଇଁ ଆହ୍ବାନ ପାଲଟିବ ବୋଲି କହିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ଏ ସଂକ୍ରାନ୍ତରେ ଆମେ ରଥ ତତ୍ତ୍ବାବଧାରକ ଓ ଅମିନଙ୍କୁ ଅବଗତ କରାଇସାରିଛୁ। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ବିଶ୍ବକର୍ମା ସେବକ ନାରାୟଣ ମହାରଣା ମଧ୍ୟ ସମାନ କଥା କହିଛନ୍ତି, ରଥଯାତ୍ରାର ୧୦ ଦିନ ପୂର୍ବରୁ ରଥ କାମ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ରଥର ଅଗ ଭୂଇଁ କାର୍ଯ୍ୟପରେ ପୋଟଳ କାର୍ଯ୍ୟ ହୋଇପାରିନାହିଁ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post