ଚଳିତ ବର୍ଷ ମଧ୍ୟ ହେଲାନାହିଁ ହାଣ୍ଡିଭଙ୍ଗା ଯାତ। ପୂର୍ବବର୍ଷ ପରି ଏହି ଯାତ ବନ୍ଦହେବା ସହ ଶ୍ରୀଲିଙ୍ଗରାଜ ଓଳିଏ ଖାଡ଼ା ଉପାସ ରହିଛନ୍ତି। ସୂଚନା ଅନୁଯାୟୀ, ସେବାୟତମାନଙ୍କ ଅସହଯୋଗରୁ ହାଣ୍ଡିଭଙ୍ଗା ଯାତ ହୋଇ ପାରିନାହିଁ। ପୁଣି ଭାଙ୍ଗିଲା ପରମ୍ପରା। ଦୀର୍ଘ ୯ବର୍ଷ ହେଲା ଏମିତି ଅଘଟଣ ଘଟି ଚାଲିଥିବା ଓ ମନ୍ଦିର ପ୍ରଶାସନ ଏହାର ସମାଧାନ ପାଇଁ ସାମାନ୍ୟତମ ଆଗ୍ରହ ପ୍ରଦର୍ଶନ ନକରିବା ଶ୍ରଦ୍ଧାଳୁମାନଙ୍କ ମନରେ ଗଭୀର ଆଘାତ ଦେଇଛି। ସୂଚନାଯୋଗ୍ୟ, ମହାଶିବରାତ୍ରି ପରେ ପରେ ପଡ଼ୁଥିବା ଶନିବାର ଦିନ ପାଳିତ ହୁଏ ହାଣ୍ଡିଭଙ୍ଗା ଯାତ। କିନ୍ତୁ ଦୁଇଟି ସେବାୟତ ଗୋଷ୍ଠୀ ଭିତରେ ଲାଗିଥିବା ବିବାଦର ସମାଧାନ ହୋଇପାରୁନଥିବାରୁ ଏହି ପ୍ରସିଦ୍ଧ ଯାତ ଦୀର୍ଘ ୯ ବର୍ଷ ହେଲା ବନ୍ଦ ରହିଛି। ଏ ପ୍ରସଙ୍ଗରେ ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି, ତା’ପରେ ଏଥର ଯାତ ପାଳନ ପାଇଁ ଜିଲ୍ଲାପାଳ ଦେଇଥିବା ଚେତାବନୀ ମଧ୍ୟ କାଟୁ କରିନାହିଁ। ସେବାୟତମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି।
Trending
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ