ଭୋଳା ବାବାଙ୍କ ପ୍ରିୟ ମାସ ଶ୍ରାବଣ ମାସ ଜୁଲାଇ ୨୨ରୁ ଆରମ୍ଭ ହୋଇଛି । ଅଗଷ୍ଟ ୧୯ ପର୍ଯ୍ୟନ୍ତ ଶ୍ରାବଣ ମାସ ରହିଥିବାରୁ ପୁରା ମାସ ସାରା ଭୋଳାବାବାଙ୍କ ଭକ୍ତିରେ ଲାଗିଥାନ୍ତି ଶିବ ଭକ୍ତ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମାସରେ ଅନେକ ଲୋକ ଉପବାସ ପାଳନ କରିବା ସହ ମହାଦେବଙ୍କୁ ଜଳାଭିଷେକ କରିଥାନ୍ତି । ଏହାସହିତ ଲୋକମାନେ ଏହି ମାସରେ ମାନସିକ ପୂରଣ ଲାଗି ରୁଦ୍ରାଭିଷେକ କରିଥାନ୍ତି । ଶ୍ରାବଣ ମାସରେ ରୁଦ୍ରାଭିଷେକ କରିଲେ ଅନେକ ପୂଣ୍ୟ ମିଳିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସର ସୋମବାରରେ ଶିବଙ୍କ ରୁଦ୍ରାଭିଷେକ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ୨୨ ଜୁଲାଇରେ ପ୍ରଥମ ସୋମବାର ହୋଇଥିବା ବେଳେ ଦ୍ୱିତୀୟ ସୋମବାର ୨୯ ଜୁଲାଇ, ତୃତୀୟ ସୋମବାର ୫ ଅଗଷ୍ଟ, ଚତୁର୍ଥ ସୋମବାର ୧୨ ଅଗଷ୍ଟ ଓ ପଞ୍ଚମ ସୋମବାର ୧୯ ଅଗଷ୍ଟରେ ପଡୁଛି । ଏହାବ୍ୟତୀତ ଅଗଷ୍ଟ ୨ରେ ଶ୍ରାବଣ ଶିବରାତ୍ରୀ ପଡିବା ସହ ୯ଅଗଷ୍ଟରେ ନାଗ ପଞ୍ଚମୀ ଥିବାରୁ ଏହିଦିନରେ ରୁଦ୍ରାଭିଷେକ କରିଲେ ଅତ୍ୟନ୍ତ ଶୁଭଦାୟକ ହେବ ।
Trending
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ