ହିନ୍ଦୁ ଧର୍ମରେ ତ୍ରିଦେବଙ୍କ ମଧ୍ୟରେ ଭଗବାନ ଶିବଙ୍କର କାହାଣୀ ଏବଂ କିମ୍ବଦନ୍ତୀ ଅନେକ ରହିଛି । ତେବେ ଜାଣିବା ଜରୁରୀ ଯେ ପ୍ରକୃତରେ ଭଗବାନ ଶିବ କିଏ? ଏବଂ ତାଙ୍କର ପୌରାଣିକ କାହାଣୀ କଣ ରହିଛି ।ବହୁଧର୍ମ ପୁରାଣ ଶ୍ଲୋକ ଅନୁସାରେ ହରି ଏବଂ ହରଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଯଦି କୌଣସି ପାର୍ଥକ୍ୟ ଅଛି ତେବେ କେବଳ ରୂପର । ବିଭିନ୍ନ ରୂପରେ ଶିବଙ୍କୁ ପୂଜା କରାଯାଏ କିନ୍ତୁ ଶିବ ପୁରାଣ ଅନୁଯାୟୀ ଶିବ ହେଉଛନ୍ତି ମାୟାର ସୃଷ୍ଟିକର୍ତ୍ତା । ଶିବ ସର୍ବତ୍ର , ସର୍ବଜ୍ଞ, ସର୍ବଶକ୍ତିମାନ, ପ୍ରକୃତିର ଗୁଣରେ ସର୍ବୋଚ୍ଚ ବ୍ରହ୍ମା । ପ୍ରଜାମାନଙ୍କର ସେ ରକ୍ଷକ, ପ୍ରଶଂସା ଯୋଗ୍ୟ ଏବଂ ଦେବତାମାନଙ୍କର ମହାଦେବ । ଶିବଙ୍କୁ ବଳିଦାନ, ଅନୁତାପ, ସ୍ନେହ ଏବଂ କରୁଣାର ପ୍ରତୀକ ବୋଲି କୁହାଯାଏ । ଯଦି ସେ ସହଜରେ ସନ୍ତୁଷ୍ଟ ହୁଅନ୍ତି ମନଜାଣି ଫଳ ପ୍ରଦାନ କରନ୍ତି ।ଦେବତା ହେବା ସହିତ ଶିବଙ୍କୁ ଆଦିଗୁରୁ ବା ଆଦିଯୋଗୀ ରୂପରେ ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ପ୍ରଥମେ ଯେଉଁ ସାତ ଜଣଙ୍କୁ ବୈଦିକ ଜ୍ଞାନ ଶିବଙ୍କ ଠାରୁ ପ୍ରାପ୍ତ ହୋଇଥିଲା ସେମାନଙ୍କୁ ସପ୍ତଋଷି କୁହାଯାଇଛି । ଏହାର ଅର୍ଥ ହେଉଛି ଯୋଗ, ଧର୍ମ, କର୍ମୀ ଏବଂ ବୈଦିକ ଜ୍ଞାନ କେବଳ ଶିବଙ୍କଠାରୁ ଉତ୍ପନ୍ନ ହୋଇଥିଲା । ସେଥିପାଇଁ ଶିବଙ୍କୁ ଆଦିଗୁରୁ କୁହାଯାଏ ।
Trending
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
- ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ବନ୍ଧା ହେଲେ ଡିଏଫ୍ଓ ବାବୁ
Prev Post
Next Post