ଅଧିକାଂଶ ଦଣ୍ଡାକାଠ ପୋଲା ପଡ଼ୁଥିବାରୁ ଏଭଳି ଆଶଙ୍କା ଦେଖାଦେଇଛି। ମିଳିଥିବା ସୂଚନା ଅନୁସାରେ, ଗତ କିଛିଦିନ ଧରି ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ ରଥ ପାଇଁ ଆସିଥିବା କାଠ ପୋଲା ଥିବା ମିଳୁଛି। ତେବେ, ଅଧିକ ପୋଲାକାଠ ନନ୍ଦିଘୋଷ ଓ ଦର୍ପଦଳନ ରଥରୁ ମିଳୁଛି। ସ୍ଥିତି ଏପରି ହୋଇଛି ଯେ ଦଣ୍ଡା ପ୍ରସ୍ତୁତି ପାଇଁ ଆଉ କାଠ ନାହିଁ। ଦଣ୍ଡା ପାଇଁ ଆବଶ୍ୟକ କାଠ ଆସିବାପରେ ଯାଇ ଆବଶ୍ୟକ ଦଣ୍ଡା ପ୍ରସ୍ତୁତି ହେବ। ଏଣୁ ଏହାକୁ ନେଇ ଚିନ୍ତାରେ ତିନି ରଥର ମୁଖ୍ୟ ବିଶ୍ବକର୍ମାମାନେ ପଡ଼ିଛନ୍ତି। ଦଣ୍ଡାକାଠ ହାଣି ସାରିବା ପରେ ଏଭଳି ପୋଲା ବାହାରୁଥିବାରୁ ଅସନ୍ତୋଷ ବି ବ୍ୟକ୍ତ କରିଛନ୍ତି।