ଆଜି ମକର ସଂକ୍ରାନ୍ତି ପାଇଁ ଘୃତ୍ୟ କମଳ ଲାଗି ହୋଇଥାଏ। କିନ୍ତୁ ପୁନର୍ବାର ବଡୁ ସେବାୟତ ଏକୁଟିଆ ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ହେଲେ ପୂଜାପଣ୍ଡା ନିଯୋଗ ବିରୋଧ କରିବାରୁ ନୀତିରେ ସହଯୋଗ କରି ନଥିଲେ। ଏଥିପାଇଁ ମହାପ୍ରଭୁ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ବସି ରହିଛନ୍ତି । ବାରମ୍ବାର ଏପରି ମନମୁଖୀ କାର୍ଯ୍ୟ କରୁଥିବା ବେଳେ ଆଜି ସିଂହଦ୍ବାର ସମ୍ମୁଖରେ ପୂଜାପଣ୍ଡା ସର୍ବସାଧାରଣ ଦର୍ଶନ ବନ୍ଦ କରି ମିଳିତ ପ୍ରତିବାଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବଡୁ ସେବାୟତ ଓ ପୂଜା ପଣ୍ଡା ନିଯୋଗର ସେବା ବିବାଦକୁ ନେଇ ପୁଣି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ହୋଇଛି। ଗତକାଲି ସନ୍ଧ୍ୟାରୁ ଠାକୁରଙ୍କ କୌଣସି ନୀତି ହୋଇନଥିବା ବେଳେ ଦିଅଁ ଦକ୍ଷିଣ ଘରକୁ ବିଜେ କରିନାହାନ୍ତି। ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ କରିଥାନ୍ତି।
Trending
- ଆଜି ୯୦ ବର୍ଷ ବୟସରେ ପଦାର୍ପଣ କଲେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା
- ଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
- 6 ତାରିଖ ପ୍ରଥମ ବନ୍ୟାଜଳ ଛାଡ଼ିବ ହିରାକୁଦ
- ଜେଲ ଗଲେ ଜଗାପ୍ରଧାନ
- ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ
- ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା : ଗିରଫ ହେଲେ ଜଗା ପ୍ରଧାନ
- ଜୁଲାଇ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ