ଶ୍ରୀଜଗନ୍ନାଥଙ୍କ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କରିବାର ବିଶେଷ ବିଧି ଅଛି। ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିବା ସମୟରେ ଶ୍ରୀଚୈତନ୍ୟ ଶ୍ରୀଜଗନ୍ନାଥ (ବା ଶ୍ରୀକୃଷ୍ଣ)ଙ୍କର ବିରହଜ୍ୱାଳା ସହି ନ ପାରି ବ୍ୟାକୁଳ ହୋଇ ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କ ନିକଟକୁ ଧାଇଁ ଯାଉଥିଲେ ବୋଲି ଜନଶ୍ରୁତି ରହିଛି। ଏହି ଜନଶ୍ରୁତି ଅନୁସାରେ ଶ୍ରୀଜଗନ୍ନାଥ, ଶ୍ରୀକୃଷ୍ଣ ଓ ଶ୍ରୀଅଲାରନାଥ ଭିନ୍ନ ନୁହନ୍ତି; ଏକ। ଶ୍ରୀଅଲାରନାଥ ଦଣ୍ଡାୟମାନ ବିଷ୍ଣୁମୂର୍ତ୍ତି। ଏହି ବିଷ୍ଣୁମୂର୍ତ୍ତିଙ୍କର ନାମ କାହିଁକି ଅଲାରନାଥ ତାହା ତାତ୍ପର୍ଯ୍ୟପୂର୍ଣ୍ଣ। ‘ଆଲୱାର’ର ଅର୍ଥ ପରମପୁରୁଷ ବା ଭଗବାନ ବିଷ୍ଣୁଙ୍କଠାରେ ସଂପୂର୍ଣ୍ଣ ଆତ୍ମନିମଜ୍ଜନ। ବେଦରେ ଯାହା କଥିତ ବା ଆଗମରେ ଯାହା ବିବୃତ, ତାହାଠାରୁ ଆଲୱାରମାନଙ୍କର ତତ୍ତ୍ୱ ଉପଦେଶ ଭିନ୍ନ ନୁହେଁ। କେବଳ ଭିନ୍ନତା ହେଉଛି, ସେମାନେ ବେଦ-ଉପନିଷଦ-ଆଗମ ଆଦିର ସେହିସବୁ ଦିବ୍ୟଜ୍ଞାନକୁ ପ୍ରଥମକରି ଜନସାଧାରଣଙ୍କ ପାଇଁ ସେମାନଙ୍କର ବୁଝିପାରିବା ଭଳି ଭାଷାରେ କହିଥିଲେ- ଠିକ୍ ଆମ ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସଙ୍କ ପରି।ଏ ପ୍ରସଙ୍ଗରେ ଶ୍ରୀରାମାନୁଜଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ଅଜ୍ଞାନରେ ମୋହିତ ଜନସାଧାରଣଙ୍କୁ ବିଷ୍ଣୁମତରେ ଦୀକ୍ଷିତ କରାଇବାକୁ ତାଙ୍କର ପରୋକ୍ଷଗୁରୁ ଶ୍ରୀଯାମୁନାଚାର୍ଯ୍ୟଙ୍କଠାରେ ସଂକଳ୍ପ କରିଥିଲେ। ସେହି ଅନୁସାରେ ସେ କାମ କରିଥିଲେ। ସେହି କ୍ରମରେ ଦ୍ୱାଦଶ ଶତାବ୍ଦୀରେ ସେ ଆସିଥିଲେ ପୁରୀ। ତାଙ୍କର ସଂସ୍ପର୍ଶରେ ଆସି ଶୈବ ଚୋଡ଼ଗଙ୍ଗଦେବ ବୈଷ୍ଣବରେ ପରିଣତ ହୋଇଥିଲେ। ତାଙ୍କରି ଧାରାରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ମନ୍ଦିରରେ ପ୍ରତିଷ୍ଠା ହୋଇଥିଲେ ଶ୍ରୀଲକ୍ଷ୍ମୀ ବା ଲକ୍ଷ୍ମୀଦେବୀ। ପରବର୍ତ୍ତୀ କାଳରେ ଅଦୂରବର୍ତ୍ତୀ ବ୍ରହ୍ମଗିରିର ଅଲାରନାଥଠାରେ ସ୍ୱତନ୍ତ୍ର ଭାବରେ ପ୍ରତିଷ୍ଠିତ ହୋଇଥିଲେ ଶ୍ରୀଅଲାରନାଥ। ତାଙ୍କୁ କୁହାଯାଏ ଆଜାନୁବାହୁ ଅଲାରନାଥ ବା ଆଜାନୁବାହୁ ଶ୍ରୀଜଗନ୍ନାଥ।ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସଂପାଦିତ ‘ମାଦଳାପାଞ୍ଜି’ ଓ ଭବାନୀଚରଣ ବନ୍ଦ୍ୟୋପାଧ୍ୟାୟଙ୍କ ‘ଶ୍ରୀପୁରୁଷୋତ୍ତମ ଚନ୍ଦ୍ରିକା’ର ତଥ୍ୟ ଅନୁସାରେ, ୧୦୯୪ରୁ ୧୦୯୭ ଶକାବ୍ଦ ବା ୧୧୭୨ରୁ ୧୧୭୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କ ମନ୍ଦିର ନିର୍ମାଣ ହୋଇ ସେଥିରେ ଶ୍ରୀଅଲାରନାଥ ଦେବ ପ୍ରତିଷ୍ଠିତ ହୋଇଥିଲେ।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
Prev Post