କଳିଯୁଗ ଶେଷ ବିଷୟରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ ଅନେକ ଘଟଣା-ଅଘଟଣା ବିଷୟରେ ବର୍ଣ୍ଣନା କରାଯାଇଛି। ପତିତ ପାବନରେ ନିଆଁ ଲାଗିବା, ହୀରାକୁଦ ବନ୍ଧ ଭାଙ୍ଗିବା ହେଉ କି ହୀରାକୁଦରେ ଚିତଳ ମାଛର କାହାଣୀ ହେଉ, ଏମିତି ଅନେକ ଘଟଣା କଳିଯୁଗରେ ଘଟିବା ନେଇ ସେ ଲେଖି ଯାଇଛନ୍ତି। ଯାହା ଏବେ ଧିରେ ଧିରେ ସତ ହେଉଥିବା ଦେଖାଯାଉଛି। ମାଳିକାରେ କୁହାଯାଇଥିବା ଅନେକ ଘଟଣା ଏବେ ଘଟିବାରେ ଲାଗିଛି। ତେବେ ମାଳିକାରେ ଲେଖାଯାଇଥିଲା ଯେ, କଳିଯୁଗ ଶେଷ ହେବା ସମୟରେ ଶ୍ରୀମନ୍ଦିରର ୨୨ ପାହାଚରେ ମୀନ ଖେଳିବ। ଯାହା ଧିରେଧିରେ ସତ ହୋଇଥିବା କୁହାଯାଉଛି। ଆଜି ପୁଣି ଥରେ ବଡ଼ ଦେଉଳରୁ ପଥର ଖସିଛି।ଥରେ କି ଦୁଇଥର ନୁହେଁ ବାରମ୍ବାର ଖସୁଛି ପଥର । ପୂର୍ବରୁ ଖସିଥିଲା ଆଉ ଏବେ ବି ଖସିଲା । ସରି ସରି ଆସୁଛିକି କଳିଯୁ । କାରଣ ଯେତେବେଳେ ବି କିଛି ବିଘ୍ନ ହେବାକୁ ଯାଉଛି ପ୍ରଥମେ ଶ୍ରୀମନ୍ଦିର ସୂଚାଇ ଦେଇଛି । ଏଇ ଭିତରେ ମନ୍ଦିର ଉପରେ ଚିଲ ଉଡ଼ିଥିଲେ । ମନ୍ଦିରରେ ଫାଟ ଦେଖା ଯାଇଥିଲା ଆଉ ଏବେ ମନ୍ଦିରରୁ ପଥର ଖସିବା କଥା ସାମ୍ନାକୁ ଆସୁଛି । ପଥର ହେଲେ ମନ୍ଦିରର କେଉଁ ସ୍ଥାନରୁ ଖସିଛି କେବେ ଜଣା ପଡ଼ୁ ନାହିଁ । କାହା ଉପରେ ବି ପଥର ଖୁସୁ ନାହିଁ । ପଥର ଖସିବା ଦ୍ୱାରା ଆଜି ପର୍ଯ୍ୟନ୍ତ କାହାର ବି କିଛି କ୍ଷତି ହୋଇନାହିଁ । ପୁରା ଖୋଲା ସ୍ଥାନରେ ଖସୁଛି ପଥର । ଏହି ପଥର ଦକ୍ଷିଣ ପଶ୍ଚିମ ପଟ ମନ୍ଦିରରୁ ଖସିଛି ପଥର । ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ପଥର ଖସିଛି । ପଥର ଖସି ଏକାଦଶୀ ମନ୍ଦିର ଛାତ କଣା ହୋଇଯାଇଛି ।ଯଦି ଦେଖିବା ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା । ସେହି ସ୍ଥାନରେ ପୁରୁଣା ପଥରକୁ କଢ଼ା ଯାଇ ନୂଆ ପଥର ମାନ ଲଗା ଯାଇଥିଲା। ଆଉ ସେହି ନୂଆ ପଥର ଗୁଡ଼ିକୁ ମଧ୍ୟରୁ ପଥର ଖସିଥିବା ନେଇ ଅନୁମାନ କରାଯାଉଛି । ତେବେ ଏକାଦଶୀ ଛାତ ଉପରେ ପଥର ପଡ଼ିଥିବାରୁ କାହାର କିଛି କ୍ଷତି ହୋଇନାହିଁ । ସେପଟେ ସକାଳୁ ସକାଳୁ ଏଏସ୍ଆଇ ଟିମ ଏବଂ ମନ୍ଦିର ପ୍ରଶାସନ ପହଞ୍ଚି ଅନୁଧ୍ୟାନ କରିଛନ୍ତି କେଉଁଠୁ ପଥର ଖସିଛି । ପଥ ଖସିବାକୁ ଶ୍ରଦ୍ଧାଳୁ ମାନେ କଳିଯୁଗ ସରି ସରି ଆସୁଛି ବୋଲି କହିଛନ୍ତି । ସେମାନଙ୍କ କହିବା କଥା ବାରମ୍ବାର ମନ୍ଦିର ଫାଟୁଛି ପଥର ମଧ୍ୟ ଖସୁଛି । ଭଗବାନ କିଛି ଦର୍ଶାଇବାକୁ ଚାହୁଁଛନ୍ତି । ସେ କିଛି କହିବାକୁ ଚାହୁଁଛନ୍ତି । ତେବେ ମନ୍ଦିରରେ କାମ ଚାଲୁଥିବାରୁ ଏମିତି ସବୁ ହେବା ସ୍ୱଭାବିକ ବୋଲି ଅନ୍ୟ ଲୋମାନେ କହିଛନ୍ତି ।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
Prev Post
Next Post