ମହାପ୍ରଭୁଙ୍କ ରୁକୁଣା ରଥାଯାତ୍ରାକୁ ଆଉ ମାତ୍ର ୧୪ ଦିନ। ପୁଣି ଦୁଇଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ମନ୍ଦିର ପ୍ରଶାସନର ନିର୍ଦ୍ଦେଶ। ଏହାକୁ ଆଖିରେ ରଖି ରଥଖଳାରେ ପ୍ରାୟ ୬୦ ଜଣ କାରିଗର ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ନିଜକୁ ସମର୍ପି ଦିନରାତି ରଥ ଗଢ଼ିବାରେ ଲାଗିଛନ୍ତି। ପ୍ରଥମେ ରଥର ଚକ ନିର୍ମାଣ କରାଯାଉଛି। ସମସ୍ତ ଚକର ମଝି ଅଂଶ ‘ଗୋଟା’ ତିଆରି ସରିଛି। ଏହାପରେ ୧୦ ଇଞ୍ଚର ‘ଭଦଳିଆ’ ଏବଂ ତା’ଉପରେ ୧୦ ଇଞ୍ଚର ‘ପହି’ ଯୋଡ଼ା ଚାଲିଛି। ଏଥିସହ କିଛି ମହାରଣା ସେବାୟତ ଗୋଟିଏ ଗୋଟିଏ ଚକ ପାଇଁ ୮ଟି ଲେଖାଏ ‘ଅର’ ତିଆରି କରୁଛନ୍ତି। ଆଜି ପ୍ରାୟ ୨ଟି ଚକ ପାଇଁ ଅର ତିଆରି ସରିଛି। ଟାଣଖରା ଓ ଗ୍ରୀଷ୍ମ ଲହରୀକୁ ଖାତିର ନକରି ମହାରଣା ସେବାୟତ କାମ ଜାରି ରଖିଛନ୍ତି। ହେଲେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇନାହିଁ। ପ୍ରବଳ ଗରମ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପଙ୍ଖା ଲଗାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post