ହିନ୍ଦୁ ଧର୍ମରେ ଗଙ୍ଗାଜଳକୁ ପବିତ୍ର ବୋଲି ଧରାଯାଏ। ଲୋକମାନେ ଏହି ଜଳକୁ ଗଙ୍ଗାନଦୀରୁ ଆଣିଥାନ୍ତି। ସାରା ବିଶ୍ୱରେ ରହୁଥିବା ହିନ୍ଦୁମାନଙ୍କ ପାଇଁ ଏହି ଜଳ ଅତ୍ୟନ୍ତ ଆଧ୍ୟାତ୍ମିକ, ବିଶୁଦ୍ଧ, ସମ୍ମାନସ୍ପଦ ଏବଂ ଗୁରୁତ୍ୱପୂର୍ଣ୍ଣ। ଗଙ୍ଗାଜଳରେ ବିଶୁଦ୍ଧିକରଣ କ୍ଷମତା ରହିଥିବା କେତେକ ଅଧ୍ୟୟନରୁ ବି ପ୍ରମାଣିତ ହୋଇଛି, ଯାହା ଅନ୍ୟ ସାଧାରଣ ଜଳରେ ନ ଥାଏ। ଗଙ୍ଗଜଳରେ ଦୈବିକ ଗୁଣ ମଧ୍ୟ ରହିଥିବା ଏବଂ ଏହା ଯେକୌଣସି ପ୍ରକାର ପାପକୁ ଧୋଇଦେଇଥାଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି। ତେଣୁ ପ୍ରତି ଘରେ ଲୋକମାନେ ଗଙ୍ଗାଜଳ ସଂରକ୍ଷିତ କରି ରଖିଥାଆନ୍ତି। ତେବେ ଘରେ ଗଙ୍ଗାଜଳ ରଖିଲେ କେତେକ ବାରଣକୁ ମାନିବାକୁ ପଡ଼ିଥାଏ, ନଚେତ ସେହି ଗଙ୍ଗାଜଳ ଅପବ୍ରିତ ହୋଇଯାଏ ଏବଂ ପୂଜା କାର୍ଯ୍ୟରେ ଲାଗିବା ପାଇଁ ଅନୁପଯୁକ୍ତ ହୋଇଥାଏ।ଶାସ୍ତ୍ର ଅନୁସାରେ ଘରେ ଗଙ୍ଗାଜଳ ରଖୁଥିଲେ ତାହାର ପବିତ୍ରତାକୁ ବଜାୟ ରଖିବା ପାଇଁ ୬ଟି କାମ କରିବା ଅନୁଚିତ। ଗଙ୍ଗାଜଳକୁ ଯେଉଁ ପରିବେଶରେ ରଖାଯାଉଛି ତାହାକୁ ସଫାସୁତରା ରଖିବା ନିହାତି ଜରୁରୀ। ଯେଉଁ ଜିନିଷ ସାତ୍ତ୍ୱିକ ନୁହେଁ, ସେସବୁକୁ ଗଙ୍ଗାଜଳ ନିକଟରେ ରଖିବା ଉଚିତ ନୁହେଁ। ଉଦାହରଣସ୍ୱରୂପ ଆମିଷଯୁକ୍ତ ଖାଦ୍ୟ। ଯେଉଁଠି ଗଙ୍ଗାଜଳ ରଖାଯାଉଛି ସେହି ସ୍ଥାନ ଏବଂ ତା’ର ଆଖପାଖରେ କୌଣସି ପ୍ରକାର ଆମିଷ କିମ୍ବା ଏ ସମ୍ପର୍କିତ ଖାଦ୍ୟପଦାର୍ଥ ରଖିବା କଥା ନୁହେଁ। ସେହିପରି ଯେଉଁ ଘରେ ଗଙ୍ଗାଜଳ ରଖାଯାଇଥିବ ସେହି କୋଠରୀରେ ଆମିଷ ଭକ୍ଷଣ ଅନୁଚିତ। ଯଦି ସେହି ଘରେ ଆମିଷ ଭୋଜନ କରାଯାଏ ତେବେ ଗଙ୍ଗାଜଳର ପବିତ୍ରତା ନଷ୍ଟ ହୋଇଯାଏ। ତାହା ଅପବିତ୍ର ହୋଇଯାଏ।ବର୍ତ୍ତମାନ ସମୟରେ ଲୋକମାନେ ଗଙ୍ଗାନଦୀରୁ ପ୍ଲାଷ୍ଟିକ ବୋତଲରେ ଜଳ ଆଣୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହା ଭୁଲ। ପ୍ଲାଷ୍ଟିକ ବୋତଲରେ ଗଙ୍ଗାଜଳ ରଖିଲେ ତାହାର ପବିତ୍ରତା ନଷ୍ଟ ହୁଏ। କାରଣ ପ୍ଲାଷ୍ଟିକ ଯୋଗୁ ସେଥିରୁ ରସାୟନିକ ପଦାର୍ଥ ନିର୍ଗତ ହୋଇ ଜଳରେ ମିଶିଯାଏ, ଯାହାଦ୍ୱାରା ତାହାର ପବିତ୍ରତା ହ୍ରାସ ପାଏ। ତେଣୁ ଗଙ୍ଗାଜଳକୁ ତମ୍ବା, ରୌପ୍ୟ କିମ୍ବା କାଚ ପାତ୍ରରେ ରଖିବା ଉଚିତ। ବିଶେଷକର ତମ୍ବା ପାତ୍ରରେ ରଖିବା ସର୍ବୋତ୍ତମ।ଗଙ୍ଗାଜଳକୁ ଦୀର୍ଘଦିନ ପର୍ଯ୍ୟନ୍ତ ରଖିବା ଅନୁଚିତ। କାରଣ ଗଙ୍ଗାମାତା ତାଙ୍କ ସ୍ରୋତ ଏବଂ ଶକ୍ତି ପାଇଁ ପ୍ରସିଦ୍ଧ। ଏହିନଦୀ ଚିରସ୍ରୋତା। ତେଣୁ ଏହାକୁ ପାତ୍ରରେ ଦୀର୍ଘଦିନ ଧରି ସାଇତି ରଖିବା ଅନୁଚିତ। ଏହାଦ୍ୱାରା ପାଣିରେ ଶିଉଳି ଜମିବା ସହିତ ତାହା ଜଳର ପବିତ୍ରତାକୁ ପ୍ରଭାବିତ କରିବ।ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗଙ୍ଗାଜଳକୁ ବିନା କୌଣସି ଉଦ୍ଦେଶ୍ୟରେ ପିଇବା କିମ୍ବା ଘର ଚାରିପଟେ ସିଞ୍ଚନ କରିବା ଆଦୌ ଠିକ୍ ନୁହେଁ। ଏହାକୁ ପିଇବା ପୂର୍ବରୁ ଗଙ୍ଗାମାତକୁ ପ୍ରାର୍ଥନା କରିବା ଜରୁରୀ। ଅତିକମ୍ରେ ଜଳର ପବିତ୍ରତା ବିଷୟରେ ସଂଜ୍ଞାନ ରହିବା ଉଚିତ। ମନଇଚ୍ଛା ପାନୀୟଜଳ ପିଇବା ପରି ଏହାକୁ ପାନ କରିବା ଅନୁଚିତ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post