କେଉଁ ଦିନ ପାଳନ ହେବ ବିଶ୍ୱକର୍ମା ପୂଜା? 

ବିଶ୍ୱକର୍ମା ପୂଜାର ମହତ୍ତ୍ୱ

ବିଶ୍ୱ ବ୍ରହ୍ମାଣ୍ଡର ପ୍ରଥମ ଶିଳ୍ପକାର, ବାସ୍ତୁକାର ବା ଇଞ୍ଜିନିୟର ବୋଲି କୁହାଯାଏ । ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଦ୍ୱାରକା ନଗରୀକୁ ମଧ୍ୟ ବିଶ୍ୱକର୍ମା ହିଁ ନିର୍ମାଣ କରିଥିଲେ । ଏହାବ୍ୟତୀତ ଦେବାଦେବୀଙ୍କ ପାଇଁ ନାନାଦି ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ ପ୍ରଭୁ ବିଶ୍ୱକର୍ମା । ଚଳିତ ମାସ(ସେପ୍ଟେମ୍ବର)ରେ ବିଶ୍ୱ ନିର୍ମାତା ପ୍ରଭୁ ବିଶ୍ୱକର୍ମାଙ୍କ ଜନ୍ମୋତ୍ସବ ପାଳନ କରାଯିବ । ତେବେ କେଉଁ ଦିନ ଧରାବତରଣ କରିବେ ପ୍ରଭୁ ବିଶ୍ୱକର୍ମା? କେଉଁ ଦିନ ପାଳନ ହେବ ବିଶ୍ୱକର୍ମା ପୂଜା? ଆସନ୍ତୁ ଜାଣିବା ବିଶ୍ୱକର୍ମା ପୂଜାର ମହତ୍ତ୍ୱ…

ଏହି ଦୁନିଆକୁ ରଚନା କରିଥିବା ପ୍ରଭୁ ବିଶ୍ୱକର୍ମାଙ୍କ ଜନ୍ମୋତ୍ସବ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପାଳନ କରାଯାଏ । ତେଣୁ ଚଳିତବର୍ଷ ମଧ୍ୟ ସେପ୍ଟେମ୍ବର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ । ସୃଷ୍ଟିର ନିର୍ମାଣ କର୍ତ୍ତା ତଥା ଶିଳ୍ପକାର ରୂପରେ ବିଶ୍ୱକର୍ମାଙ୍କ ଜୟନ୍ତୀ ପାଳନ କରାଯାଏ । ପୁରାଣ ଅନୁସାରେ, ଭଗବାନ ବ୍ରହ୍ମାଙ୍କ ଆଦେଶ ଅନୁସାରେ, ବିଶ୍ୱକର୍ମା ଏହି ବିଶ୍ୱବ୍ରହ୍ମାଣ୍ଡର ରଚନା କରିଥିଲେ ।

ବିଶ୍ୱକର୍ମା ପୂଜା ବିଧି:

ସର୍ବପ୍ରଥମେ, ବିଶ୍ୱକର୍ମା ଜୟନ୍ତୀ ଦିନ ସକାଳେ ଉଠନ୍ତୁ, ସ୍ନାନ କରନ୍ତୁ ଏବଂ ପରିଷ୍କାର ପୋଷାକ ପିନ୍ଧନ୍ତୁ ଏବଂ ପୂଜା ପାଇଁ ଏକ ସଂକଳ୍ପ ନିଅନ୍ତୁ। ଏହା ପରେ କାରଖାନା, ପ୍ରତିଷ୍ଠାନ, ଉପକରଣ ଏବଂ ମେସିନ୍ ଇତ୍ୟାଦି ସଫା କରନ୍ତୁ ଏବଂ ସେଠାରେ ବିଶ୍ୱକର୍ମାଙ୍କର ପ୍ରତିମା ସ୍ଥାପନ କରନ୍ତୁ। ତା’ପରେ ଅକ୍ଷତ, ଫଳ, ଫୁଲ ଏବଂ ମିଠା ପରି ପୂଜା ସାମଗ୍ରୀ ସହିତ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରନ୍ତୁ ଏବଂ ତାଙ୍କର ଆରତୀ କରନ୍ତୁ । ପୂଜା ସମୟରେ “ଓମ୍ ବିଶ୍ୱକର୍ମେନ ନାମ” ମନ୍ତ୍ର ଜପ କରନ୍ତୁ। ଶେଷରେ ପ୍ରସାଦ ବଣ୍ଟନ କରନ୍ତୁ ।