ମହାଭାରତର ପାଠ ଘରେ କିମ୍ବା ସର୍ବସମ୍ମୁଖରେ କରାଯାଏ ନାହିଁ । କେବଳ ସେତିକି ନୁହେଁ ବିଶ୍ୱାସ କରାଯାଏ ଯେ ଆପଣ ଯେଉଁଠାରେ ବି ମହାଭାରତ ପାଠ କରିବେ, ଏହାକୁ ସମ୍ପୂର୍ଣ୍ଣ ପାଠ କରିବେ ନାହିଁ, ଗୋଟିଏ ପୃଷ୍ଠାକୁ ଛାଡି ଦେବେ । ତେବେ ଏପରି କରାଯିବା ପଛରେ ଏକ ଖାସ କାରଣ ରହିଛି। କିନ୍ତୁ ଘରେ ରାମାୟଣ ପାଠ କରାଯାଉଥିବା ବେଳେ ମହାଭାରତ ପାଠ ଘରେ କରାଯାଇନଥାଏ।ତେବେ ଏମିତି କରିବାର କାରଣ ହେଉଛି କିଛପ୍ରସଙ୍ଗ ଯେପରିକି ରାମାୟଣରେ ଜଣେ ଭାଇ ଅନ୍ୟ ଭାଇ ପାଇଁ ସିଂହାସନ ଛାଡିଛନ୍ତି । ହେଲେ ମହାଭାରତରେ, ସିଂହାସନ ପାଇଁ ଜଣେ ଭାଇ ଅନ୍ୟ ଭାଇର ଶତ୍ରୁ ହୋଇ ଭାଇ ଭାଇର ଜୀବନ ନେବାକୁ ଚେଷ୍ଟା କରିଛି । ବିଶ୍ୱାସ କରାଯାଏ ଯେ ରାମାୟଣ ଜୀବନରେ କ’ଣ ଶୁଭ ଅଟେ ତାହା ଦର୍ଶାଇ ଥିବା ବେଳେ ମହାଭାରତରେ କ’ଣ କରିବା ଉଚିତ୍ ତାହା ବ୍ୟାଖ୍ୟା ହୋଇଛି । ତେଣୁ ମହାଭାରତକୁ ସମ୍ପୂର୍ଣ୍ଣ ପାଠ କରିବା ପରିବର୍ତ୍ତେ ଗୋଟିଏ ପୃଷ୍ଠା ଛାଡ଼ି ଦେବା ଉଚିତ୍ ।ପୌରାଣିକ ମାନ୍ୟତାର ପ୍ରତିବାଦରେ, ସମାଲୋଚନା କରାଯାଏ ଦୁଇଟି ଯାକ ଗ୍ରନ୍ଥରେ ତ ଯୁଦ୍ଧ ରହିଛି ତେବେ ଏହା କିଭଳି ଶୁଭ ଓ ଅଶୁଭ ଭାବେ ବିବେଚନା କରାଯାଇଛି । ତେଣୁ ଉଭୟରାମାୟଣ ଏବଂ ମହାଭାରତରେ ଯୁଦ୍ଧକୁ ବ୍ୟାଖ୍ୟା କରାଯାଇଛି କିନ୍ତୁ ରାମାୟଣ ଏବଂ ମହାଭାରତ ଯୁଦ୍ଧ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି ।
Trending
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Prev Post
Next Post