କାହିଁକି ଭଗବାନ ବିଷ୍ଣୁଙ୍କ ପାଦ ଦବାନ୍ତି ମାତା ଲକ୍ଷ୍ମୀ? 

ଜାଣନ୍ତୁ ଏହାର ରହସ୍ୟ

ଧନର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ। ତାଙ୍କ କୃପାରୁ ବ୍ୟକ୍ତିଙ୍କୁ ଜୀବନରେ ଧନ-ଧାନ୍ୟ ପ୍ରାପ୍ତି ହୋଇଥାଏ। ମାତା ଲକ୍ଷ୍ମୀ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ପ୍ରିୟା। ସେଥିପାଇଁ ମା’ ସର୍ବଦା ବିଷ୍ଣୁ ଭଗବାନଙ୍କ ସହ ବୈକୁଣ୍ଠଧାମରେ ବିରାଜିତ ହୋଇଥାନ୍ତି।
ମା’ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଉଭୟ ପରିପୂରକ। ଗୋଟେପଟେ ବିଷ୍ଣୁଙ୍କ ସୃଷ୍ଟିର ପାଳନକର୍ତ୍ତା କୁହାଯାଉଥିବା ବେଳେ ଅନ୍ୟପଟେ ମାତା ଲକ୍ଷ୍ମୀ ହେଉଛନ୍ତି ସୃଷ୍ଟିର ସଞ୍ଚାଳକ। ଯେଉଁ ବ୍ୟକ୍ତିଙ୍କ ଉପରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ।ସେ ସଂସାରର ସମସ୍ତ ସୁଖ ପ୍ରାପ୍ତ କରିଥାନ୍ତି। ଅନେକ ଫଟୋରେ ଦେଖିବାକୁ ମିଳିଥାଏ କି ମା’ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ଚରଣ ନିକଟରେ ବସିଥାନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଧନ ଦେବୀ ହେବା ସତ୍ତ୍ବେ ମା’ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ପାଦ କାହିଁକି ଦବାନ୍ତି। ତେବେ ଆସନ୍ତୁ ଜାଣିବା ଏହାର ପୂରା ରହସ୍ୟ…ପୁରାଣ ଅନୁଯାୟୀ, ଥରେ ନାରଦ ନିଜେ ଏହି ପ୍ରଶ୍ନ ମାତା ଲକ୍ଷ୍ମୀଙ୍କୁ ପଚାରିଥିଲେ ଏବଂ ତାଙ୍କଠାରୁ ଜାଣିବାକୁ ଚାହିଁଥିଲେ ଯେ ସେ ସର୍ବଦା ଭଗବାନ ବିଷ୍ଣୁଙ୍କ ପାଦ କାହିଁକି ଦବାନ୍ତି। ଏହା ଉପରେ ମାତା ଲକ୍ଷ୍ମୀ ନିଜେ କହିଥିଲେ ଯେ ସେ ଏହା କାହିଁକି କରନ୍ତି।

ଦେବୀ ଲକ୍ଷ୍ମୀ କାହିଁକି ଭଗବାନ ବିଷ୍ଣୁଙ୍କ ପାଦ ଦବାନ୍ତି?

ମାତା ଲକ୍ଷ୍ମୀ ନାରଦଙ୍କୁ କହିଥିଲେ ଯେ ଗ୍ରହମାନଙ୍କର ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଥାଏ ଏବଂ ଭଗବାନ ହୋଇଥିଲେ ମଧ୍ୟ ଏଥିରୁ କେହି ରକ୍ଷା ପାଇପାରିବେ ନାହିଁ। ସେ କହିଥିଲେ ଯେ ଦେବଗୁରୁ ମହିଳାଙ୍କ ହାତରେ ଥିବାବେଳେ ଦାନବ ଗୁରୁ ଶୁକ୍ରାଚାର୍ଯ୍ୟ ପୁରୁଷଙ୍କ ପାଦରେ ରୁହନ୍ତି। ଯଦି ଜଣେ ମହିଳା ପୁରୁଷର ପାଦକୁ ଦବାନ୍ତି, ତେବେ ଈଶ୍ୱର ଏବଂ ଦାନବ ମଧ୍ୟରେ ଏକ ମିଳନ ହୁଏ।
ସେହିପରି ମା ଲକ୍ଷ୍ମୀ ଯେତେବେଳେ ବିଷ୍ଣୁଙ୍କ ଚରଣ ନିକଟରେ ବସନ୍ତି ଏହାଦ୍ୱାରା ଶୁଭତା ସଂଚାର ହୁଏ ଏବଂ ଧନର ଆଗମନ ହୁଏ । ସେଥିପାଇଁ ମା ଲକ୍ଷ୍ମୀ ବିଷ୍ଣୁଙ୍କ ଚରଣ ନିକଟରେ ବସିବା ସହ ତାଙ୍କ ଚରଣ ମଧ୍ୟ ଦାବି ଥାନ୍ତି । ଯେତେବେଳେ ସ୍ତ୍ରୀ ପୁରୁଷଙ୍କ ଚରଣ ସ୍ପର୍ଶ କରନ୍ତି ସେତେବେଳେ ଦେବତା ଏବଂ ଦାନବଙ୍କର ମିଳନ ହୋଇଥାଏ ଏବଂ ଏହାଦ୍ୱାରା ଧନ ଲାଭ ହୋଇଥାଏ।