ଶେଷ ହୋଇଛି ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥରୁ ଓହ୍ଲାଇ ପୁଣିଥରେ ରତ୍ନବେଦୀରେ ଶୋଭା ପାଉଛନ୍ତି ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ଏହାପରେ ଜଗନ୍ନାଥଙ୍କ ନନ୍ଦିଘୋଷ, ବଳରାମଙ୍କ ତାଳଧ୍ୱଜ ଏବଂ ମାତା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ବର୍ତ୍ତମାନ ଭାଙ୍ଗି ଦିଆଯାଉଛି । କିନ୍ତୁ କାହିଁକି ରହିଛି ଏମିତି ପରମ୍ପରା ? କାହିଁକି ତିନି ରଥକୁ ଭାଙ୍ଗି ଅଲଗା କରି ଦିଆଯାଏ? ଆସନ୍ତୁ ଜାଣିବା ଜଗନ୍ନାଥଙ୍କର ଏହି ରହସ୍ୟ ବିଷୟରେ ।ଅକ୍ଷୟ ତୃତୀୟା ଦିନରୁ ଆରମ୍ଭ ହୋଇଥାଏ ଶ୍ରୀଜୀଉଙ୍କ ୩ ଟି ରଥର ର୍ନିମାଣ କାର୍ଯ୍ୟ । ପ୍ରାୟ ୨ ମାସର ଅକ୍ଲାନ୍ତ ପରିଶ୍ରମ ପରେ ଏହି ୩ ରଥର ନିର୍ମାଣ କାର୍ଯ୍ୟ ଶେଷ ହୋଇଥାଏ । ନିର୍ଦ୍ଦିଷ୍ଟ ନିତି ନିୟମ ମାନି ରଥ କାର୍ଯ୍ୟ ସମାପନ କରାଯାଇଥାଏ । ଏହି ରଥ କାର୍ଯ୍ୟ ଶେଷ ହେବା ପରେ ଘୋଷ ଯାତ୍ରା କରି ଗୁଣ୍ଡିଚା ମା ଘରକୁ ବୁଲିବାକୁ ଯାଇଥାନ୍ତି ଚତୁର୍ଦ୍ଧାମୂରତୀ । ସେଠାରେ ୯ ଦିନ ରହି ଦଶମୀ ଦିନ ବାହୁଡା ପର୍ବରେ ବଡ ଦେଉଳକୁ ଫେରିଯାଆନ୍ତି ଶ୍ରୀଜୀଉ । ସିଂହ ଦୁଆରରେ ସୁନାବେଶ ଏବଂ ଅଧରପଣା ପରେ ନୀଳାଦ୍ରିି ବିଜେ କରି ବଡ ଦେଉଳକୁ ଫେରି ଆସନ୍ତି ତିନି ଠାକୁର । ନିଳାଦ୍ରି ବିଜେ ପରମ୍ପରା ପରେ ପୂଜା ହୋଇ ଏହି ଆରମ୍ଭ ହୋଇଥାଏ ରଥଭଙ୍ଗା କାର୍ଯ୍ୟ । ଶ୍ରାବଣ ମାସରେ ଆରମ୍ଭ ହୁଏ ଏହି ରଥ ଭଙ୍ଗା କାର୍ଯ୍ୟ । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ, ପରେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଦିଆଯାଏ । ଶ୍ରୀ ମନ୍ଦିରର ଭୋଇ ସେବକ ମାନେ ଏହି ରଥଗଙ୍ଗା କାର୍ଯ୍ୟ କରିଥାନ୍ତି । ଏହି ରଥ ଭଙ୍ଗା କାର୍ଯ୍ୟ ୧୨ଦିନ ଧରି ଚାଲିଥାଏ । ପ୍ରଥମେ ରଥର ଦଧିନଉତି ଭଙ୍ଗା ଯାଏ ଏବଂ ପାରା ଭାଢି, ଚଉଦ ନାହାକ, ଦୁଆର ବେଢା, ଛଅ କାଠ, କଳସ ଓ ଶୂଆ ଏ ସବୁକୁ ଉପରୁ ତଳ ପର୍ଯ୍ୟନ୍ତ ଭଙ୍ଗା ଯାଇଥାଏ ।ଯେମିତି ରଥ ତଳ ଚକ ଠାରୁ ଆରମ୍ଭ ହୋଇ ଦଧି ନଉତି ପର୍ଯ୍ୟନ୍ତ କାମ ହୋଇ ଶେଷ ହୋଇଥାଏ । ସେହିପରି ଦଧିନଉତି ପାଖରୁ ଆରମ୍ଭ ହୋଇ ଚକା ପର୍ଯ୍ୟନ୍ତ ଶେଷ ହୋଇଥାଏ । ପ୍ରତିବର୍ଷ ଭଙ୍ଗା ଯାଇଥିବା ରଥର ଚକ, କଣକୁଜ, ଅଶ୍ୱ, ପ୍ରଭା, ସିଂହାସନ ଗୁଣ୍ଡିଚା ମନ୍ଦିରକୁ ଯାଇଥାଏ । ଏଠାରେ ଭକ୍ତମାନଙ୍କ ମଧ୍ୟରେ ନିଲାମ କରାଯାଏ ରଥର ସମସ୍ତ ଅଂଶବିଶେଷ । ଏହାକୁ ଭକ୍ତମାନେ ପାଇ ଜଗନ୍ନାଥଙ୍କ କୃପା ଲାଭ କରିଥାନ୍ତି । ଏହି ସମସ୍ତ କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନର ତତ୍ୱାବଧାନରେ ହୋଇଥିବା ବେଳେ ରଥରୁ ବାହରିଥିବା କାଠଗୁଡିକ ଶ୍ରୀ ମନ୍ଦିର ରୋଷଶାଳାକୁ ଯାଇଥାଏ । ସେହିପରି ସାରଥୀକୁ ନବକଳେବର ସମୟରେ ତିନି ଠାକୁରଙ୍କ ସହ ସମାଧୀ ଦିଆଯାଇଥାଏ ରଥରେ ଥିବା ଶୁଆ
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post