ଆସନ୍ତାକାଲି ବନକଲାଗି ନୀତି ସମୟରେ ମହାପ୍ରଭୁଙ୍କର ସାଧାରଣ ଦର୍ଶନ ବନ୍ଦ ରଖାଯାଇ ବିଧି ବିଧାନ ସହ ଏହି ନୀତି ପାଳନ କରାଯାଇଥାଏ। ତେବେ ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି।ସୂଚନାନୁଯାୟୀ, ଆସନ୍ତାକାଲି ଭାଦ୍ରବ କୃଷ୍ଣ ପକ୍ଷ ତିଥି। ଏହି ଅବସରରେ ତିନି ଠାକୁରଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ ବା ବନକଲାଗି ନୀତି ପାଳନ ହେବ। ତେବେ ଏହି ନୀତି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅନୁଷ୍ଠିତ ହେବ। ସେଥିପାଇଁ ଅପରାହ୍ଣ ଘ.୫.୦୦ ଟିକା ଠାରୁ ରାତ୍ର ଠ.୯.୦୦ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରାୟ ୪ ଘଣ୍ଟା ଧରି ମହାପ୍ରଭୁଙ୍କର ସାଧାରଣ ଦର୍ଶନ ବନ୍ଦ ରହିବ।
Trending
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
- ରାତାରାତି ବଢିଗଲା ଆଳୁ-ପିଆଜ ଦର
- ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’
- ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’
- ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ ର ଗତିପଥ ,ଓଡ଼ିଶାର ୧୫ଟି ଜିଲା ଉପରେ ବାତ୍ୟାର ପ୍ରକୋପ
- ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୭ତମ ଏପିସୋଡ୍ , ଛଟ୍ ପର୍ବର ଗୁରୁତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ
Prev Post
Next Post