ମାର୍ଚ୍ଚ ୨୦ ତାରିଖ ବିଶ୍ୱ ପଖାଳ ଦିବସ। ପଖାଳ ଆମ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଖରା ଦିନ ଆସିଲେ ସଭିଏଁ ଖୋଜିଥାନ୍ତି କଂସାଏ ପଖାଳ। ପଖାଳ ଦିମୁଠା ଓ ତୋରାଣି ଟିକେ ପିଇଦେଇ ଚଷା ପୁଅ ବାହାରିଯାଏ କ୍ଷେତକୁ। ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ହେଉଛି ପଖାଳ। ଶ୍ରୀମନ୍ଦିରରେ ଟଙ୍କ ତୋରାଣୀ ଏହାର ପ୍ରମାଣ। ଖରାଦିନେ ଆମ ଓଡ଼ିଆଙ୍କ ଘରେ ଘରେ ପଖାଳର ଆସର ଜମିଥାଏ। ପଖାଳ ସାଙ୍ଗରେ ଅନେକ ପ୍ରକାର ସ୍ୱଦିଷ୍ଟ ଖାଦ୍ୟ ପ୍ରସ୍ତ୍ୁତ କରାଯାଇ ଏକାଠି ବସି ଖାଇବାର ମଜା ନିଆର। ବିଶେଷ କରି ପଖାଳ ସାଙ୍ଗରେ ବଢିଚୁରା, ଆଳୁ ଭର୍ତ୍ତା, ଶାଗ ଭଜା, ଛୁଇଁ ଭଜା, ଟମାଟୋ ବାଇଗଣ ଚକଟା ଓ ମାଛ ଭଜା ଟିକେ ହେଇଗଲେ ଜମିଥାଏ ପଖାଳ ଖାଇବାର ମଜା। ଆଜିର ଦିନରେ ବଡ ବଡ ତାରକା ହୋଟେଲରେ ମଧ୍ୟ ପଖାଳ ପରସାଯାଉଛି।
ପଖାଳ ଖାଲି ପାଟିକୁ ସୁଆଦ ଓ ମନକୁ ଶାନ୍ତି ଦେଇନଥାଏ, ଏହାର ଅନେକ ଉପକାରିତା ରହିଛି। ଆମେ ଯେତେବେଳେ ଭାତ ରାନ୍ଧିଥାଉ। ୧୦୦ଗ୍ରାମ ଭାତରେ ୩.୪ ମିଲିଗ୍ରାମ ରହିଥାଏ। ଯଦି ଏଥିରେ ପାଣି ଦେଇ ୧୨ଘଣ୍ଟା ଭିଜାଇ ରଖିବା ତେବେ ସେଥିରେ ଥିବା ଆଇରନ ମାତ୍ରା ୭୩.୯୧ ମିଲିଗ୍ରାମ ହୋଇଥାଏ। ଏହାସହିତ ସୋଡିୟମ୍ ୩ଶହ ୩ ମିଲିଗ୍ରାମ, ପୋଟାସିୟମ୍ ୮୪୮ମିଲିଗ୍ରାମ ଏବଂ କ୍ୟାଲସିୟମ ଶରୀରକୁ ମିଳିଥାଏ। ଗରମ ଭାତ ଅପେକ୍ଷା ପଖାଳ ଖାଇଲେ ଶୀଘ୍ର ହଜମ ହୋଇଥାଏ। ଖରାଦିନେ ସମସ୍ତେ ଅଧିକାଂଶ ସମୟ ପଖାଳ ଖାଇବାକୁ ଭଲ ପାଆନ୍ତି। ପଖାଳର ମହତ୍ୱକୁ ପରପିଢିରେ ପହଂଚାଇବା ଲକ୍ଷ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post