ଶାରଦୀୟ ଦୁର୍ଗା ପୂଜା ନିମନ୍ତେ ପ୍ରତ୍ୟେକ ପୂଜା ମଣ୍ଡପ ଚଳଚଞ୍ଚଳ।ମହାମାୟାଙ୍କ ମହାସପ୍ତମୀ ପୂଜା । ମାଆଙ୍କ ଘଟ ସ୍ଥାପନ ସହ ନବପତ୍ରିକା ପ୍ରବେଶ, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା କରାଯାଇ ସପ୍ତମୀ ବିହୀତ ପୂଜାର୍ଚ୍ଚନା କରାଯିବ । ମନ୍ତ୍ରଧ୍ୱନିରେ ପ୍ରକଂପିତ ହେବ ପୂଜା ମଣ୍ଡପ । ଗତକାଲି ମହାଷଷ୍ଠୀରେ ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବିଲ୍ୱବରଣୀ କରାଯାଇଛି। ବିଶ୍ୱାସ ରହିଛି ବେଲବୃକ୍ଷରେ ମା ବାସ କରନ୍ତି।ସେଥିପାଇଁ ଦଶହରା ପୂଜା ପୂର୍ବରୁ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର ରୀତିନୀତିରେ ପ୍ରଥମେ ପୂଜା କରାଯାଇଥାଏ। ମହାଷଷ୍ଠୀରେ ବେଲବୃକ୍ଷରୁ ଆଜ୍ଞାମାଲ ଆଣି ମାଙ୍କୁ ମଣ୍ଡପକୁ ଆମନ୍ତ୍ରଣ କରାଯାଇ କଳ୍ପାରମ୍ଭ, ଅଧିବାସ ସମ୍ପନ ହୋଇଛି । ଦୁର୍ଗାପୂଜା ପାଇଁ ଐତିହ୍ୟ ସହର କଟକରେ ଉତ୍ସବର ପରିବେଶ। ସୁନାଚାନ୍ଦି ମେଢ଼ରେ ଝଟକୁଛନ୍ତି ମାଆ। ସେହିପରି ରାଜଧାନୀ ଭୁବନେଶ୍ୱରରେ ସୁଉଚ୍ଚ ତୋରଣ ସାଙ୍ଗକୁ ଆଖିଝଲସା ସାଜସଜା କରାଯାଇଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post