ପରମ୍ପରା ଅନୁସାରେ ଶ୍ରୀମନ୍ଦିର ଆଜି ହେରା ପଞ୍ଚମୀ ଅନୁଷ୍ଠିତ ହେବ । ଅନେକ ଦିନ ଧରି ମହାପ୍ରଭୁଙ୍କ ସହ ମାତା ଲକ୍ଷ୍ମୀ ଭେଟ ନ ହେଇଥିବାରୁ ମାତା ଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇ ରୁଷିଛନ୍ତି । ମହାପ୍ରଭୁ ବଡଭାଇ ଏବଂ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମ ବେଦିକୁ ଆସିଥିବା ବେଳେ ମାତା ଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନଥିବାରୁ ମା’ ଲକ୍ଷ୍ମୀ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଅଭିମାନ କରିଛନ୍ତି ।ସେଥିଲାଗି ବିଧି ଅନୁସାରେ ମା ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଦର୍ଶନ ଲାଗି ଜନ୍ମ ବେଦି ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ । ମା ଠାକୁରାଣୀ ସେଠାରେ ମହାପ୍ରଭୁଙ୍କ ଦର୍ଶନ କରିବେ । ମାଆ ଲକ୍ଷ୍ମୀ ସାଆନ୍ତାଣି ପ୍ରଭୁଙ୍କୁ ଦର୍ଶନ କରିବା ପରେ ଅଭିମାନ କରିଥିବା ହେତୁ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ମା ଲକ୍ଷ୍ମୀ ସାଆନ୍ତାଣି ଭାଙ୍ଗିଥାନ୍ତି । ଏହି ହେରା ପଞ୍ଚମୀ ନୀତିକାନ୍ତି ଦୃଶ୍ୟକୁ ଦେଖିବା ଲାଗି ଓଡିଶା ତଥା ବାହାରର କୋଣନୁକୋଣରୁ ବହୁତ ଭକ୍ତ ସମାଗମ ହୋଇଥାନ୍ତି ।ସେହିପରି ହେରା ପଞ୍ଚମୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । ମା ଲକ୍ଷ୍ମୀଙ୍କୁ ସୃଙ୍ଗାର ବେଶ କରିବା ପାଇଁ ଅଳଙ୍କାର, ପାଟଶାଢୀରେ ପାଳିଆ ମହାଜନ କରିଥାଏ । ପରେ ପୂଜା ପଣ୍ଡାମାନେ ଭୋଗଲାଗି ନୀତି କରିଥାନ୍ତି । ଏହାର ସମାପ୍ତ ପରେ ଶ୍ରୀମନ୍ଦିରରୁ ଘଣ୍ଟା, ବାଦ୍ୟ ରୋଶଣୀ ସହ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥାନ୍ତି । ବିଧି ଅନୁସାରେ ମା ଠାକୁରାଣୀ ମହାପ୍ରଭୁପଙ୍କ ଦର୍ଶନ କରି ଫେରିବା ବେଳେ ଅଭିମାନରେ ନନ୍ଦିଘୋଷ ରଥକୁ ସାମାନ୍ୟ ଭାଙ୍ଗିଦେଇ ଶ୍ରୀମନ୍ଦିର ଫେରିବେ ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post
Next Post