ଆଜି ପବିତ୍ର ମାଘ ମାସ ଶୁକ୍ଲ ପକ୍ଷ ସପ୍ତମୀ ତିଥିରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି। ବିଶ୍ଵ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରି ନବଗ୍ରହ ପୀଠରେ ପୂଜାର୍ଚ୍ଚନା କରିଛନ୍ତି। କୁହୁଡିଆ ପାଗ ଯୋଗୁଁ ସୂର୍ଯ୍ୟ ଦର୍ଶନରେ ବିଳମ୍ବ ପାଇଁ ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ପ୍ରତ୍ୟୁଷରେ ପାରମ୍ପରିକ ରୀତିନୀତିରେ ତିନି ଠାକୁରଙ୍କ ମହାସ୍ନାନ ପରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥରେ ବୁଡ ପକାଇଥିଲେ।ବୁଡ ସାରି ଶ୍ରଦ୍ଧାଳୁ ମାନେ ବିଶ୍ଵ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରି ନବଗ୍ରହ ପୀଠରେ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରିଥିଲେ। ପୌରାଣିକ ମତ ଅନୁସାରେ ମାଘ ଶୁକ୍ଲ ପକ୍ଷ ସପ୍ତମୀ ତିଥରେ କାଶ୍ୟପ ଋଷି ଓ ଆଦିତିଙ୍କ ଗର୍ଭରୁ ମିତ୍ରାଦିତ ବା ସୂର୍ଯ୍ୟ ଭଗବାନଙ୍କ ଜନ୍ମ ହୋଇଥିଲା। ଅର୍କକ୍ଷେତ୍ରରେ ଶାମ୍ବ ଉପାସନା କରି ବ୍ୟାଧି ମୁକ୍ତ ହୋଇ ଶାମ୍ବ ଦଶମୀ ଦିନ ଚନ୍ଦ୍ରଭାଗା ନଦୀରୁ ପ୍ରାପ୍ତ ହୋଇଥିବା ମିତ୍ରାଦିତ୍ୟଙ୍କ ମଣି ବିଗ୍ରହକୁ ଏହି ଦିନରେ ସ୍ଥାପନା କରିଥିଲେ ଓ ଏହି ଦିନ ଲାଙ୍ଗୁଳା ନରସିଂହ ଦେବ କୋଣାର୍କରେ ରଥାକୃତି ସୂର୍ଯ୍ୟ ମନ୍ଦିର ସ୍ଥାପନା କରିଥିଲେ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post