ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ। ଏହି ଦିନ ମା ସମଲେଶ୍ୱରୀଙ୍କ ପାଖେ ନବାନ୍ନା ଲାଗି ହୋଇଥାଏ। ତେବେ ପ୍ରତିଘରେ ନୂଆ ଖାଇବା ସହ ନୂଆ ପିନ୍ଧି ପରସ୍ପରକୁ ପିଲାଠୁ ବୁଢା ଯାଏଁ ଶୁଭେଚ୍ଛା ଜଣାଇବେ। ପଶ୍ଚମ ଓଡ଼ିଶା ପରମ୍ପରା ଅନୁଯାୟୀ, ସକାଳ ୯ଟା ୧୨ମିନିଟରୁ ୯ଟା ୨୭ ମିନିଟ ମଧ୍ୟରେ ମାଆଙ୍କ ମନ୍ଦିରରେ ଗୁପ୍ତ ପୂଜା କରାଯିବା ସହ ନବାନ୍ନା ଲାଗି ହେବ। ଜୁହାର ଭେଟ ପରମ୍ପରା ସହ ଢୋଲ ନିଶାନ ତାସାରର ତାଳେ ତାଳେ ଝୁମିବେ ପଶ୍ଚିମ ଓଡ଼ିଶାବାସୀ।ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ରଘୁବର ଦାସ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ‘ପଶ୍ଚିମ୍ ଓଡ଼ିଶାର୍ ବଡଖା ତିହାର ନୂଆଁଖାଇ ଲାଗି ସମ୍କୁ ମୋର ନୂଆଁଖାଇ ଜୁହାର୍, ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ମାଁ ସମଲେଇଙ୍କର ଅପାର କୃପାନୁ ଧରତୀ ମାଁ ଶସ୍ୟ ଶ୍ୟାମଳା ହଉ। ସମସ୍ତଙ୍କର୍ ଜୀବନ୍ ସୁଖ୍, ଶାନ୍ତି ଆର୍ ସମୃଦ୍ଧିଥି ଭରିଯାଉ, ଇଟା ହିଁ ମୋର କାମନା।’ସେହିପରି ରାଜ୍ୟପାଳ ରଘୁବର ଦାସ ଲେଖିଛନ୍ତି ଯେ, ସୁଖ, ଶାନ୍ତି, ମୈତ୍ରୀ ଓ ଆନନ୍ଦର ପବିତ୍ର ପରମ୍ପରା ଓ ପର୍ବ ନୂଆଁଖାଇ ପାଳନ ଅବସରରେ ମୁଁ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଏହା ଏକ କୃଷିଭିତ୍ତିକ ପର୍ବ। ଏହି ପରିପ୍ରେକ୍ଷୀରେ ମୁଁ ରାଜ୍ୟର କୃଷକ ଭାଇଭଉଣୀମାନଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହ କୃଷିକ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ଓ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାକୁ ଆହ୍ୱାନ ଜଣାଉଛି।
Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Prev Post
Next Post