ଆଜି ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଆଉ ଗୌରବର ଦିନ । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପାଇଥିଲା ନୂତନ ପରିଚୟ । ଆଜି ଓଡ଼ିଶା ଇତିହାସ ପାଇଁ ଏକ ଅବିସ୍ମରଣୀୟ ଦିନ । ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିବାରୁ ଏହି ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ପ୍ରତି ବର୍ଷ ପାଳନ କରାଯାଏ ଉତ୍କଳ ଦିବସ ।ଚଳିତ ବର୍ଷ ଓଡ଼ିଶା ଏହାର ୮୮ତମ ଜନ୍ମ ଦିବସ ପାଳନ କରିବ । ଓଡ଼ିଶା ଜାତିର ଅସ୍ମିତାର ସୁରକ୍ଷା ନେଇ ସଂଗ୍ରାମର କାହାଣୀ କୁହେ ଆଜିର ତାରିଖ । ପୂର୍ବରୁ ବିହାରର ଏକ ଅଂଶ ଥିଲା ଓଡିଶା । ସମ୍ୱଲପୁର ମଧ୍ୟପ୍ରଦେଶ ସହ ମିଶିଥିବା ବେଳେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ ଓ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ରହିଥିଲା । ତେବେ ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନ କରିବା ନିମନ୍ତେ ମଧୁସୂଦନ ଦାସ, ନୀଳକଣ୍ଠ ଦାସ, ରାଧାନାଥ ରାୟ, ଫକୀର ମୋହନ ସେନାପତି, କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ଏହି ବୀରପୁତ୍ରମାନଙ୍କ ଉଦ୍ୟମରେ ପ୍ରଥମେ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ଗଠନ ହୋଇଥିଲା । ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ମୁଖ୍ୟ ବିପ୍ଳବ ଉତ୍କଳ ସମ୍ମିଳନୀ ଗଠନ ଦିନଠାରୁ ତିନି ଦଶନ୍ଧି ଧରି ଲାଗି ରହିଥିଲା । ବୀରପୁତ୍ରମାନଙ୍କର ତ୍ୟାଗ ଓ ପ୍ରଚେଷ୍ଠାରେ ପ୍ରଥମେ ୬ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ୱଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । ୧୯୫୦ ମସିହା ଜାନୁଆରୀ ମାସରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଡି ହୋଇ ମୋଟ ୧୩ଟି ଜିଲ୍ଲା ହୋଇଥିଲା । ଏହାପରେ ୧୯୯୨ରେ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁର୍ନବିଭାଜନ କରି ୩୦ ଜିଲ୍ଲାରେ ବିଭକ୍ତ କରାଯାଇଥିଲା ।୧୯୩୬ ମସିହା ଅପ୍ରେଲ ୧ରେ ନୂତନ ପ୍ରଦେଶ ଭାବରେ ପ୍ରତିଷ୍ଠା ହେବା ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ । ତେଣୁ ଏହି ଦିନକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ । ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ବାଣିଜ୍ୟ ଓ ପର୍ଯ୍ୟଟନ ବେଶ ସ୍ୱତନ୍ତ୍ର । ଆମର ମନ୍ଦିରରେ କଳା, ଭାସ୍କର୍ଯ୍ୟ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । କୋଣାର୍କରୁ ନେଇ ଲିଙ୍ଗରାଜ ଓଡ଼ିଆର କାରୁକାର୍ଯ୍ୟର ଜ୍ୱଳନ୍ତ ଉଦାହରଣ ।
Trending
- ଜୁନ 20 ରେ ଆସିବେ ମୋଦୀ
- ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏ ଦେବ ଏୟାର ଇଣ୍ଡିଆ
- ବିମାନ ଦୁର୍ଘଟଣାରେ ଏକମାତ୍ର ଯାତ୍ରୀ ଭାବେ ବର୍ତ୍ତିଯାଇଛନ୍ତି ବିଶ୍ବାସ କୁମାର ରମେଶଙ୍କୁ ଭେଟିଲେ ମୋଦୀ
- ରାଜ୍ୟ ସରକାର ଗୃହରକ୍ଷୀମାନଙ୍କୁ ରଜ ଭେଟି ଦେଇଛନ୍ତି, ଗୃହରକ୍ଷୀମାନଙ୍କ ପାଇଁ ଭତ୍ତା ବୃଦ୍ଧି
- ଦୀର୍ଘ ୩୬ ଘଣ୍ଟା ପରେ ଭଦ୍ରକ ଜିଲ୍ଲାର ଇଣ୍ଟରନେଟ ସେବା ଲୋକମାନଙ୍କ ପାଇଁ ଉପଲବ୍ଧ
- ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
- ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଅହମଦାବାଦରେ ମୃତ୍ୟୁ
- ବିମାନ ଦୁର୍ଘଟଣା, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
- ଗୁଜରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରକୁ 1 କୋଟି ଦେବ ଟାଟାଗ୍ରୁପ
- ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ, 241 ଯାତ୍ରୀ ମୃତ
Prev Post
Next Post