ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥ ଯାତ୍ରା । ଏଥିପାଇଁ ପ୍ରସ୍ତୁତ ରହିଛି ରଥ ପଥ, ପ୍ରସ୍ତୁତ ଅଛି ପ୍ରଶାସନ ଏବଂ ଭକ୍ତିଭାବରେ ବିଭୋର ହୋଇ ଉଠିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଦୀର୍ଘ ବର୍ଷକ ପରେ ଆଜି ଦେଉଳରୁ ବାହାରି ଭକ୍ତଙ୍କ ଦୁଃଖ ବୁଝିବାକୁ ଆସୁଛନ୍ତି ବାବା ଲିଙ୍ଗରାଜ । ଏଥିପାଇଁ ଲିଙ୍ଗରାଜ ମନ୍ଦିରରୁ ମାଉସୀମା’ ମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଭିଡ଼ ଦେଖିବାକୁ ମିଳିଛି ।ଏହି ପରିପ୍ରେକ୍ଷୀରେ ରୁକୁଣା ରଥଯାତ୍ରା ସମ୍ପର୍କରେ ସମ୍ୟକ ଆଲୋଚନାର ଆବଶ୍ୟକତା ରହିଛି । ରୁକୁଣା ରଥଯାତ୍ରା ଶ୍ରୀପଞ୍ଚମୀ ଦିନଠାରୁ ଆରମ୍ଭ ହୋଇଥାଏ । ସୂକ୍ଷେ୍ମଶ୍ୱର ମନ୍ଦିର ନିକଟସ୍ଥ ଆମ୍ବତୋଟାର ଏକ ଆମ୍ବ ଗଛରୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ହେବା ପରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପକ୍ଷରୁ ଏକ କୁରାଢ଼ୀରେ ଆମ୍ବଗଛରୁ ଏକ କ୍ଷୁଦ୍ର କାଠ ଆସିଥାଏ । ସେହି କାଠ ସର୍ବପ୍ରଥମେ ରଥ ନିର୍ମାଣ କାର୍ୟ୍ୟରେ ଲାଗିଥାଏ । ମାଘ ସପ୍ତମୀ ଦିନ ରାତ୍ରର ଦ୍ୱିତୀୟ ପ୍ରହରରେ ବ୍ରହ୍ମେଶ୍ୱର ପାଟଣାସ୍ଥିତ ଭାସ୍କରେଶ୍ୱର ମନ୍ଦିରରୁ ରଥମାପ ଓ ଭାସ୍କରେଶ୍ୱର ମନ୍ଦିରର ଉତ୍ତରରେ ଥିବା ରଥ ଚକଡ଼ାରୁ ରଥ ମାପ ଆଣିବାପରେ ରଥ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥାଏ । ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭଳି ମହାପ୍ରଭୁ ଲିଙ୍ଗରାଜଙ୍କ ରଥରେ ସମ୍ପୂର୍ଣ୍ଣ ନୂଆ କାଠ ଲାଗିନଥାଏ । ଏଥିରେ ଅନେକ କାଠ ପୂର୍ବବର୍ଷର ହୋଇଥାଏ । ତେବେ ରଥର ଚକଗୁଡ଼ିକ ସମ୍ପୂର୍ଣ୍ଣ ନୂଆ ହୋଇଥିବା ବେଳେ ମାଘ ସପ୍ତମୀରୁ ଚୈତ୍ର ସପ୍ତମୀ ପର୍ୟ୍ୟନ୍ତ ରଥ ନିର୍ମାଣ କରାଯାଇଥାଏ ।ପ୍ରତିବର୍ଷ ଚୈତ୍ରମାସ ଶୁକ୍ଲ ଅଷ୍ଟମୀ ତିଥିରେ ପାଞ୍ଚଦିନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ମାଉସୀ’ମା ମନ୍ଦିରକୁ ଯାଇଥା’ନ୍ତି । ପୁରାଣ ଅନୁଯାୟୀ, ଏହି ରଥଯାତ୍ରା ସହିତ ଶ୍ରୀରାମଚନ୍ଦ୍ରଙ୍କ ନିଘନ ସମ୍ପର୍କ ରହିଛି । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ବହୁ ଚେଷ୍ଟା କରି ରାବଣକୁ ଯୁଦ୍ଧରେ ପରାସ୍ତ କରିପାରୁନଥିଲେ । ବିଭୀଷଣଙ୍କ ପରାମର୍ଶ ଅନୁଯାୟୀ ପ୍ରଭୁ ରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ ପୂଜା କରି ସନ୍ତୁଷ୍ଟ କରିଥିଲେ । ପରେ ଚୈତ୍ର ଶୁକ୍ଲ ଅଷ୍ଟମୀ ଦିନ ପ୍ରଭୁ ରାମଚନ୍ଦ୍ର ଲଙ୍କାର ରାବଣକୁ ବଧ କରିଥିଲେ । ବିଜୟପ୍ରାପ୍ତିର ଉତ୍ସାହରେ ରାମଚନ୍ଦ୍ର ଶିବ ଓ ଶିବଦୁର୍ଗାଙ୍କୁ ରଥରେ ବସାଇ ସେହିଦିନ ବିଜୟ ଉତ୍ସବ ପାଳନ କରିଥିଲେ । ସେହି ବିଜୟଯାତ୍ରାର ସ୍ମାରକ ବହନ ପୂର୍ବକ ପବିତ୍ର ଅଶୋକାଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର ଓ ପାର୍ବତୀ ରଥରେ ବସି ରାମଙ୍କ ଦ୍ୱାରା ନିର୍ମିତ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥା’ନ୍ତି ।
Trending
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
- ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
Prev Post