ମେଟ୍ରୋ ଟିଭି ଓଡିଶା (୩୦.୬.୨୦୨୨)
ମହାମାରୀ କରୋନା ଜନିତ ସଂକ୍ରମଣ ବୃଦ୍ଧି ଯୋଗୁଁ ଚିନ୍ତାରେ ପଡିଛନ୍ତି ସରକାର । ଯାହା ଫଳରେ ବିଏମସି ସଂକ୍ରମଣ ରୋକିବା ପାଇଁ ଏକ କଡା ପଦକ୍ଷେପ ନେଇଛନ୍ତି । ରାଜଧାନୀରେ ପୁଣି ଥରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ବିଏମସି । ବିନା ମାସ୍କରେ ବାହାରକୁ ବାହାରିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦେଇଛି ବିଏମସି ।

କରୋନା ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା ଅବଲମ୍ବନ କରିବା ସହିତ ଜନଗହଳିରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ବାହାରୁ ବିଏମସି ଅଞ୍ଚଳକୁ ଆସୁଥିବା ଲୋକମାନଙ୍କ ପାଇଁ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।