ଅନୁସନ୍ଧାନକାରୀ ଅଧ୍ୟୟନରେ ଏହା ଜାଣିବାକୁ ପାଇଛନ୍ତି ଯେ, ଭାଇରସର ସ୍ପାଇକ ପ୍ରୋଟିନ ‘ବ୍ୟାକ ଡୋର’ ଦେଇ ମସ୍ତିସ୍କର କୋଷିକାଗୁଡିକୁ ପ୍ରବେଶ କରିଥାଏ। ଏହା ଏପରି ଏକ ପ୍ରକ୍ରିୟା, ଯାହା କୋଭିଡ-୧୯ ରୋଗୀମାନଙ୍କ ମଧ୍ୟରେ ଦେଖାଯାଇଥିବା ନ୍ୟୁରୋଲୋଜିକାଲ ଲକ୍ଷଣକୁ ବାଖ୍ୟା କରିଥାଏ। ଏହି ଅନୁସନ୍ଧାନରେ ଏକ ମୂଷା ଉପରେ ପରୀକ୍ଷା କରାଯାଇଥିଲା, କିପରି ଏହି ଭାଇରସ ମସ୍ତିସ୍କକୁ ପ୍ରଭାବିତ କରିଥାଏ।ନେଚର ମାଇକ୍ରୋବାଓଲୋଜୀ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ସ୍ପାଇକ ପ୍ରୋଟିନ ଏକ ବିଶେଷ ଭାଗ ଉପରେ କେନ୍ଦ୍ରୀତ ଯାହାକୁ ‘ଫ୍ଲୁରିନ କ୍ଲିଭେଜ ସାଇଟ’ କୁହାଯାଇଥାଏ। ଏହି ସାଇଟ ସାଧାରଣତଃ ACE2 ରିସେପ୍ଟରଗୁଡିକୁ ‘ଫ୍ରଣ୍ଟ ଡୋର’ ମାଧ୍ୟମରେ କୋଷଗୁଡିକୁ ପ୍ରବେଶ କରିବାରେ ସାହାଯ୍ୟ କରିଥାଏ। ଯେତେବେଳେ ଏହି ସାଇଟ ହଟିଯାଏ, ସେତେବେଳେ ଏହି ଭାଇରସ ବାଧ୍ୟହୋଇ ‘ବ୍ୟାକ ଡୋର’ ଦେଇ କୋଷ ମଧ୍ୟକୁ ପ୍ରବେଶ କରିଥାଏ।ଏହି ଦୁଇ ଦ୍ୱାର ବ୍ରେନ ସେଲରେ ଅଧିକ ସଂକ୍ରମିତ ହେବାକୁ ସୁଯୋଗ ଦେଇଥାଏ। ଏଥିପାଇଁ କୋଭିଡ-୧୯ ରୋଗୀ ନ୍ୟୁରୋଲୋଜିକାଲ ସମସ୍ୟା ଯେପରିକି ବ୍ରେନ ଫଗ, ମୁଣ୍ଡ ବୁଲାଇବା ଏବଂ ମେମୋରୀ ଲସ୍ ଭଳି ଅସୁବିଧା ଭୋଗିଥାଏ।ଅନୁସନ୍ଧାନକାରୀମାନେ ଏହି ପରୀକ୍ଷଣ ମୂଷାଙ୍କ ଉପରେ କରିଥିଲେ, ଯାହା ମାନବ ACE2 ରିସେପ୍ଟର ଉତ୍ପାଦନ ପାଇଁ ଜେନେଟିକ ଭାବେ ରୂପାନ୍ତରିତ ହୋଇଥିଲା, ଯାହା ଜୀବାଣୁ କୋଷରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିଲେ। SARS-CoV-2 କୁ ଏହି ମୂଷାମାନଙ୍କ ମଧ୍ୟରେ ପରୀକ୍ଷଣ କରାଯିବା ପରେ ବୈଜ୍ଞାନିକମାନେ ଉଭୟ ଫୁସଫୁସ ଏବଂ ମସ୍ତିଷ୍କ ଟିସୁରୁ ଭାଇରାଲ ଜିନୋମକୁ ବିଶ୍ଳେଷଣ କରିଥିଲେ। ରେଜଲ୍ଟ ଆସିବାପରେ ଜଣାପଡିଥିଲା ଯେ, ଫୁରିନ୍ କ୍ଲିଭେଜ ସାଇଟ ମ୍ୟୁଟେସନ ମସ୍ତିଷ୍କ କୋଷକୁ ସଂକ୍ରମିତ ହେଉଛି ବୋଲି ସ୍ପଷ୍ଟ ହୋଇଥିଲା।
Trending
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
- ରାତାରାତି ବଢିଗଲା ଆଳୁ-ପିଆଜ ଦର
- ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’
- ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’
- ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ ର ଗତିପଥ ,ଓଡ଼ିଶାର ୧୫ଟି ଜିଲା ଉପରେ ବାତ୍ୟାର ପ୍ରକୋପ
- ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୭ତମ ଏପିସୋଡ୍ , ଛଟ୍ ପର୍ବର ଗୁରୁତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ
Prev Post