ହିଣ୍ଡେନ୍‌ବର୍ଗ ରିପୋର୍ଟ ଭାବମୂର୍ତ୍ତି ନଷ୍ଟ କରିବା ଉଦ୍ଦେଶ୍ୟ ଥିଲା

ନୂଆଦିଲ୍ଲୀ: ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ମିଛ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ରିପୋର୍ଟ ପଛର ଉଦ୍ଦେଶ୍ୟ ଥିଲା ଗ୍ରୁପ୍‌ର ଭାବମୂର୍ତ୍ତିକୁ ନଷ୍ଟ କରି ସେଥିରୁ ଲାଭ ହାସଲ କରିବା। ରିପୋର୍ଟରେ କରାଯାଇଥିବା ସମସ୍ତ ଅଭିଯୋଗକୁ ଆମେ ଦୃଢ଼ ଭାବେ ଖଣ୍ଡନ କରିଥିଲୁ। କିନ୍ତୁ କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ ସେଥିରୁ ଫାଇଦା ଉଠାଇବାକୁ ଉଦ୍ୟମ କରିଥିଲେ। ସେମାନେ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ମିଛ ଗୁଜବ ପ୍ରଚାର କରିଥିଲେ। ଏହା ପରେ ଏହି ମାମଲାର ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। କମିଟିର ‌ରିପୋର୍ଟ ଚଳିତ ବର୍ଷ ମେ’ରେ ସାର୍ବଜନୀନ ହୋଇଥିଲା ଓ ଆମ ତରଫରୁ କୌଣସି ନିୟମର ଉଲ୍ଲଂଘନ ହୋଇନଥିବା କମିଟି ଜଣାଇଛି ବୋଲି ଆଦାନି କହିଛନ୍ତି।