ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦକ କମ୍ପାନୀ ଭି ଗାର୍ଡ ଇଣ୍ଡିଆ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଉତ୍ପାଦ ତଥା ବିଏଲ୍ଡିସି ହାଇସ୍ପିଡ୍ ଫ୍ୟାନ୍ ‘ଇନ୍ସାଇଟ-ଜି’ କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ମୁମ୍ବାଇର ଜିଓ ସେଣ୍ଟରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ଉକ୍ତ ଉତ୍ପାଦକୁ ଆନୁଷ୍ଠାନିକ ଭାବେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷକରି ଉନ୍ନତ ଜ୍ଞାନକୌଶଳ ସହ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଥିବା ଏହି ଫ୍ୟାନ୍ରେ ଅନେକ ସୁବିଧା ପ୍ରଦାନ କରାଯାଉଛି। ଏପରିକି ୫ ବର୍ଷିଆ ଓ୍ବାରେଣ୍ଟି ସହ ୫ ତାରକା ରେଟିଂ ଦିଆଯାଉଛି।କମ୍ପାନୀର ଉକ୍ତ ମଡେଲ ୧୨ଟି ରଙ୍ଗରେ ଉପଲବ୍ଧ ହେଉଥିବାବେଳେ ବିଦ୍ୟୁତ୍ ସଞ୍ଚୟ ସାଙ୍ଗକୁ ବାର୍ଷିକ ୧୫୧୮ ଟଙ୍କାର ଆର୍ଥିକ ସଞ୍ଚୟ ମଧ୍ୟ ହିତାଧିକାରୀମାନେ ବିଦ୍ୟୁତ୍ ବିଲ୍ ଉପରେ ପାଇଥାନ୍ତି। ଏ ସମ୍ପର୍କରେ ଭି ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ନିର୍ଦ୍ଦେଶକ ଏବଂ ସିଓଓ ରାମଚନ୍ଦ୍ରନ କହିଥିଲେ, ଆମେ ସର୍ବଦା ଗ୍ରାହକଙ୍କ ଚାହିଦା ଓ ବଜାରରେ ପ୍ରଥମ ଧରଣର ଉତ୍ପାଦ ପ୍ରବେଶ କରାଇବାକୁ ପ୍ରୟାସ କରିଥାଉ। କମ୍ପାନୀର ଉକ୍ତ ନୂତନ ଉତ୍ପାଦକୁ ବଜାର ପ୍ରବେଶ କରାଇ ବେଶ୍ ଉତ୍ସାହିତ ଅଛୁ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post