ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦକ କମ୍ପାନୀ ଭି ଗାର୍ଡ ଇଣ୍ଡିଆ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଉତ୍ପାଦ ତଥା ବିଏଲ୍ଡିସି ହାଇସ୍ପିଡ୍ ଫ୍ୟାନ୍ ‘ଇନ୍ସାଇଟ-ଜି’ କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ମୁମ୍ବାଇର ଜିଓ ସେଣ୍ଟରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ଉକ୍ତ ଉତ୍ପାଦକୁ ଆନୁଷ୍ଠାନିକ ଭାବେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷକରି ଉନ୍ନତ ଜ୍ଞାନକୌଶଳ ସହ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଥିବା ଏହି ଫ୍ୟାନ୍ରେ ଅନେକ ସୁବିଧା ପ୍ରଦାନ କରାଯାଉଛି। ଏପରିକି ୫ ବର୍ଷିଆ ଓ୍ବାରେଣ୍ଟି ସହ ୫ ତାରକା ରେଟିଂ ଦିଆଯାଉଛି।କମ୍ପାନୀର ଉକ୍ତ ମଡେଲ ୧୨ଟି ରଙ୍ଗରେ ଉପଲବ୍ଧ ହେଉଥିବାବେଳେ ବିଦ୍ୟୁତ୍ ସଞ୍ଚୟ ସାଙ୍ଗକୁ ବାର୍ଷିକ ୧୫୧୮ ଟଙ୍କାର ଆର୍ଥିକ ସଞ୍ଚୟ ମଧ୍ୟ ହିତାଧିକାରୀମାନେ ବିଦ୍ୟୁତ୍ ବିଲ୍ ଉପରେ ପାଇଥାନ୍ତି। ଏ ସମ୍ପର୍କରେ ଭି ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ନିର୍ଦ୍ଦେଶକ ଏବଂ ସିଓଓ ରାମଚନ୍ଦ୍ରନ କହିଥିଲେ, ଆମେ ସର୍ବଦା ଗ୍ରାହକଙ୍କ ଚାହିଦା ଓ ବଜାରରେ ପ୍ରଥମ ଧରଣର ଉତ୍ପାଦ ପ୍ରବେଶ କରାଇବାକୁ ପ୍ରୟାସ କରିଥାଉ। କମ୍ପାନୀର ଉକ୍ତ ନୂତନ ଉତ୍ପାଦକୁ ବଜାର ପ୍ରବେଶ କରାଇ ବେଶ୍ ଉତ୍ସାହିତ ଅଛୁ।
Trending
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
Prev Post
Next Post