ନବବର୍ଷରୁ ମହଙ୍ଗା ହେବ ଏଟିଏମ୍ କାରବାର

ନବବର୍ଷରୁ ମହଙ୍ଗା ହେବ ଏଟିଏମ୍ କାରବାର

ମେଟ୍ରୋ ଟିଭି ବ୍ୟୁରୋ ,୧/୧: ବର୍ଷର ଆରମ୍ବରୁ ମହଙ୍ଗା ହେବାକୁ ଯାଉଛି ଏଟିଏମ୍ କାରବାର । ଏଣିକି ଅଧିକ ଏଟିଏମ୍ ବ୍ୟବହାର ପାଇ ଦେବାକୁ ହେବ ଏଟିଏମ୍ ଫି । ଜୁନ ମାସରେ ଦିଆଯାଇଥିବା ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ବ୍ୟାଙ୍କ ଗ୍ରାହକମାନଙ୍କୁ ମାଗଣା ଅନୁମତିଯୋଗ୍ୟ ସୀମାଠାରୁ ଅଧିକ କାରବାର ପାଇଁ ୨୦୨୨ଜାନୁଆରୀ ପହିଲା ଠାରୁ ପ୍ରତି କାରବାର ପିଛା ୨୧ଟଙ୍କା ଦେବାକୁ ପଡିବ । ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କଗୁଡିକ ଏଟିଏମ୍ ଜରିଆରେ ଏଭଳି କାରବାର ପାଇ ୨୦ଟଙ୍କା ଆଦାୟ କରିବାକୁ ଅନୁମତି ଦେଇଛନ୍ତି ।

ଗ୍ରାହକ ମାନେ ନିଜ ବ୍ୟାଙ୍କ ଏଟିଏମରୁ ପ୍ରତି ମାସରେ ୫ଟି ମାଗଣା କାରବାର କରିପାରିବେ ।ସେମାନେ ମେଟ୍ରୋ ସେଣ୍ଟରରେ ଥିବା ଅନ୍ୟ ବ୍ୟାଙ୍କ ଏଟିଏମରୁ ୩ଟି ଓ ଅଣ ମେଟ୍ରୋ କେନ୍ଦ୍ରରେ ୩ଟି ମାଗଣା କାରବାର ପାଇ ମଧ୍ୟ ଯୋଗ୍ୟ ହେବ । ଆରବିଆଇ ପୂର୍ବରୁ ବ୍ୟାଙ୍କ ଗୁଡିକ ଆର୍ଥିକ କାରବାର ପାଇ ୧୫ରୁ ୧୭ଟଙ୍କା ଓ ୨୦୨୧ ଅଗଷ୍ଟ ପହିଲାରୁ ସମସ୍ତ କେନ୍ଦ୍ରରେ ଅଣଆର୍ଥିକ କାରବାର ପାଇ ୫ରୁ ୬ଟଙ୍କା ବୃଦ୍ଧି କରିବାକୁ ଅନୁମତି ଦେଇଥିଲେ ।ବ୍ୟାଙ୍କ ଲେବଲ୍ ଏଟିଏମ୍ ଅପରେଟରଙ୍କ ଦ୍ୱାରା ଏଟିଏମ୍‌ର ରକ୍ଷଣାବେକ୍ଷଣ ଓ ଖର୍ଚ୍ଚ ବଢାଇବା ପାଇ ଦେୟ ବୃୃଦ୍ଧି କରାଯାଇଛି । ହିତାଧିକାରୀ ସଂସ୍ଥା ଗୁଡିକର ଆଶା ଓ ଗ୍ରାହକଙ୍କ ସୁବିଧା,ସନ୍ତୁଳନ ଓ ଆବଶ୍ୟକତାକୁ ବିଚାରକୁ ନେଇଛି । ଅଟୋମେଟେଡ ଟେଲର୍ ମେସିନ୍ ଚାର୍ଜ ଓ ଶୁଳ୍କ ସମୀକ୍ଷା ପାଇ ଏଟିଏମ୍ କାରବାରକୁ ବିଶେଷ ଧ୍ୟାନ ଦିଆଯାଇଛି ।