ଅର୍ଥ ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ । ସେଥିପାଇଁ ଲୋକମାନେ ଅଧିକ ସୁଧ ମିଳୁଥିବା ବିକଳ୍ପ ସନ୍ଧାନରେ ରହିଥାନ୍ତି । ବର୍ତ୍ତମାନ ସମୟରେ ବଜାରରେ ସ୍ଥାୟୀ ଜମା (ଏଫଡି), ରିକରିଂ ଡିପୋଜିଟ (ଆରଡି), ଜୀବନ ବୀମା (ଏଲଆଇସି), ପୋଷ୍ଟାଲ ଟର୍ମ ଡିମୋଜିଟ, ମ୍ୟୁଚୁଆଣ୍ଡ ଫଣ୍ଡ ଓ ଷ୍ଟକ ଆଦି ବିଭିନ୍ନ ପ୍ରକାରର ନିବେଶ ସୁବିଧା ରହିଛି ସାଧାରଣ ଭାବେ ଅଧିକାଂଶ ଲୋକ ସେମାନଙ୍କର ଅର୍ଥକୁ ବ୍ୟାଙ୍କର ସେଭିଙ୍ଗସ ଆକାଉଣ୍ଟରେ ଜମା କରିଥାନ୍ତି । ମାତ୍ର ଦୁଃଖର କଥା ହେଉଛି ସେଭିଙ୍ଗସ ଆକାଉଣ୍ଟରେ ଗ୍ରାହକଙ୍କୁ ବହୁତ କମ୍ ସୁଧ ମିଳିଥାଏ । ତେଣୁ ଚାଲାକ ଲୋକମାନେ ଉକ୍ତ ଅର୍ଥକୁ ସେଭିଙ୍ଗସ ଆକାଉଣ୍ଟରୁ ଉଠାଇ ଅଧିକ ସୁଧ ମିଳୁଥିବା ସ୍ଥାନରେ ନିବେଶ କରିଥାନ୍ତି । ତେବେ ଏହା ମଧ୍ୟରେ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଗ୍ରାହକମାନେ ସେଭିଙ୍ଗସ ଆକାଉଣ୍ଟରେ ନିବେଶ କରି ମଧ୍ୟ ଅଧିକ ପ୍ରଫିଟ୍ ପାଇ ପାଇ ପାରିବେ ।ଦେଶର ଅନ୍ୟତମ ସରକାରୀ ବ୍ୟାଙ୍କ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସେଭିଙ୍ଗସ ଆକାଉଣ୍ଟର ସୁଧ ହାରରେ ପରିବର୍ତ୍ତନ କରାଯାଇଛି । ବ୍ୟାଙ୍କ ପକ୍ଷରୁ ଗାହକଙ୍କୁ ସେଭିଙ୍ଗସ ଆକାଉଣ୍ଟରେ ସର୍ବାଧିକ ୪ ପ୍ରତିଶତ ରିଟର୍ଣ୍ଣ ଦିଆଯାଉଛି । ନଭେମ୍ବର ୨୦ ତାରିଖରୁ ଏହି ନିୟମ ଲାଗୁ ହୋଇଯାଇଛି ।
Trending
- ପ୍ରଧାନମନ୍ତ୍ରୀ ୪୨ଟି ଦେଶ ଗସ୍ତ କରିଛନ୍ତି, କିନ୍ତୁ ଥରେ ମଧ୍ୟ ମଣିପୁର ଗସ୍ତ କରିନାହାଁନ୍ତି – ମଲ୍ଲିକାର୍ଜୁନ ଖଡ଼ଗେ
- ବଳଙ୍ଗା ପ୍ରସଙ୍ଗ : ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼
- ବଳଙ୍ଗା ଘଟଣା: ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ – ପ୍ରଭାତୀ ପରିଡ଼ା
- ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
- ଘଣ୍ଟାକ ମଧ୍ୟରେ ନିଷ୍ପତ୍ତି ପ୍ରତ୍ୟାହୃତ କଲା ରେଭେନ୍ସା ବିଶ୍ବବିଦ୍ୟାଳୟ
- ବିହାରକୁ ୭୨୧୭ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୋଦୀ
- ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ଏଫ୍ଏମ୍ କଲେଜରେ ପହଞ୍ଚିଲା ୟୁଜିସି ଫ୍ୟାକ୍ଟ ଫାଇଣ୍ଟିଂ ଟିମ୍
- ନିର୍ବାଚନ ଜିତିଲେ ମୁଁ ମୁଖ୍ୟମନ୍ତ୍ରୀ ହେବି – କେ. ପଲାନିସ୍ୱାମୀ
- ଟୁଇନ ସିଟିରେ କଂଗ୍ରେସ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ – ପୋଲିସ କମିଶନର
- ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର
Prev Post
Next Post