ସହରାଞ୍ଚଳରେ ରହୁଥିବା ଯୁବବର୍ଗଙ୍କୁ ସେମାନଙ୍କ ମନଲାଖି କାମ ମିଳୁନି। ସେଥିପାଇଁ ଅଧିକାଂଶ ପିଲା ଚାକିରି କରିବା ବଦଳରେ ବେକାର ହୋଇ ବସିବାକୁ ପସନ୍ଦ ଅଧିକ କରୁଛନ୍ତି। ବୋଧହୁଏ ସେଥିପାଇଁ ଓଡ଼ିଶାର ସହରାଞ୍ଚଳରେ ଥିବା ୧୫-୨୯ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ବେକାରି ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। କେନ୍ଦ୍ର ସରକାର ଜାରି କରିଥିବା ୨୦୨୪ ଜାନୁଆରି-ମାର୍ଚ୍ଚ ତ୍ରୈମାସିକର ‘ପିରିଅଡିକ୍ ଲେବର୍ ଫୋର୍ସ ସର୍ଭେ’କୁ ଅନୁଶୀଳନ କରିବାରୁ ଜଣାପଡ଼ିଛି ଯେ ରାଜ୍ୟର ସହରାଞ୍ଚଳରେ ୧୫-୨୯ ବର୍ଷ ବୟସ ବର୍ଗରେ ବେକାରି ହାର ୨୩.୩ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ବର୍ଷକ ପୂର୍ବରୁ ଏହି ହାର ୨୨.୯ ପ୍ରତିଶତ ଥିଲା। ଏହି ବର୍ଗରେ ମହିଳାଙ୍କ ବେକାରି ହାର ୩୦ ପ୍ରତିଶତ ଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ତାହା ୨୦.୬ ପ୍ରତିଶତ ରହିଛି। ଅର୍ଥାତ ଯୁବକଙ୍କ ତୁଳନାରେ ଯୁବତୀକମାନେ ଅଧିକ ବେକାର ରହିଛନ୍ତି ବୋଲି ପରୋକ୍ଷରେ କୁହାଯାଇଛି। ୨୦୨୩ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ମହିଳା ବେକାରି ହାର ୨୯.୧ ପ୍ରତିଶତ ଏବଂ ପୁରୁଷ ବେକାରି ହାର ୨୦.୮ ପ୍ରତିଶତ ଥିଲା।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post