ଆପଣଙ୍କ ଇଏମଆଇରେ କିଛି ପରିବର୍ତ୍ତନ ହେବ ନାହିଁ: ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ଭାରତର ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ନୀତି ସୁଧ ହାରରେ କୌଣସି ପରିବର୍ତନ କରିନାହିଁ । ଏହି ଆଭିମୁଖ୍ୟକୁ ନିରପେକ୍ଷ ରଖିବାକୁ ସମସ୍ତ ଏମସିପି ସଦସ୍ୟ ରାଜି ହୋଇଥିଲେ ।  ଅକ୍ଟୋବର 7 ରେ ଆରମ୍ଭ ହୋଇଥିବା ଏମସିପି ବୈଠକରେ ବଜାର ଧ୍ୟାନ ରଖିଥିଲା କାରଣ ଗତ ନଅଟି ବୈଠକ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରକୁ 6.50 ପ୍ରତିଶତକୁ ସ୍ଥିର ରଖିଛି ।

ଏମସିପି 51 ତମ ବୈଠକରେ ଆଲୋଚନା  ପରେ ରେପୋ ହାର 6.5 ପ୍ରତିଶତ ରଖାଯାଇଥିଲା । ଗୁରୁବାର  ତିନି ଦିନିଆ ଏମସିସି ବୈଠକ ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି ।

ପୂର୍ବ ବୈଠକରେ ଆର୍ଥିକ ଅଭିବୃଦ୍ଧିର ଆବଶ୍ୟକତା  ସହିତ ମୁନ୍ଦ୍ରାସ୍ଫତି ଚିନ୍ତାଧାରାକୁ ସନ୍ତୁଳିତ କରିବା ପାଇଁ ଆରବିଆଇ ଏକ ସତର୍କତା ଅବଲମ୍ବନ କରିଛି । ଏଥର ଏମପିସି ବିଚାର କରୁଥିବା ମୁଖ୍ୟ କାରଣଗୁଡ଼ିକ ହେଉଛି କ୍ରମାଗତ ଭାବେ ବୃଦ୍ଧି ପାଉଥିବା  ମୁଦ୍ରାସ୍ଫତି ଚାପ ବିଶେଷକରି ଖାଦ୍ୟ ମୁଲ୍ୟ ଏବଂ ବିଶ୍ବ ଅର୍ଥନୈତିକ ଅନିଶ୍ଚିତତା ।