ସିମ୍‌ କାର୍ଡ କ୍ରୟ ଓ ବିକ୍ରୟ ପାଇଁ ଲାଗୁ ହେଲା ନୂଆ ନିୟମ, ଭାଙ୍ଗିଲେ ଗଣିବେ ୧୦ ଲକ୍ଷ

ଆଜିଠୁ ସିମ୍‌ କାର୍ଡ ପାଇଁ ଲାଗୁ ହୋଇଛି  ନୂଆ ନିୟମ।  ନୂଆ ନିୟମ ଅନୁସାରେ ସିମ୍‌ ବିକ୍ରୟ କରୁଥିବା ଡିଲରମାନଙ୍କର ପୋଲିସ୍ ଯାଞ୍ଚ ଓ ବାୟୋମେଟ୍ରିକ୍‌ ଯାଞ୍ଚ କରିବାକୁ ପଡ଼ିବ।ଏହା ସହ ସିମ୍ କାର୍ଡ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିବା ମଧ୍ୟ ଆବଶ୍ୟକ। ବ୍ୟବସାୟୀଙ୍କ ପୋଲିସ୍‌ ଯାଞ୍ଚର ସମ୍ପୂର୍ଣ୍ଣ ଦାୟିତ୍ୱ ଟେଲିକମ୍‌ ଅପରେଟରଙ୍କ ଉପରେ ରହିବ। ଯଦି କେହି ଏହ ନିୟମକୁ ଅଣଦେଖା କରି ସିମ୍‌ ବିକ୍ରୟ କରନ୍ତି ତେବେ ତାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯିବ। ଯାଞ୍ଚ ପାଇଁ ବ୍ୟବସାୟୀଙ୍କୁ ସରକାର ୧୨ ମାସ ସମୟ ଦେଇଛନ୍ତି। ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ ୯ଟି ସିମ କାର୍ଡ କିଣିପାରିବେ । ସେହିପରି ଆଜିଠାରୁ ଲାଗୁ ହୋଇଥିବା ନିୟମ ଅନୁସାରେ , ଯଦି ଆପଣ ବ୍ୟବହାର କରୁଥିବା ସିମ୍‌କୁ ବନ୍ଦ କରିବେ ତେବେ ସେହି ନମ୍ବର ୯୦ ଦିନ ମଧ୍ୟରେ ଅନ୍ୟ ଜଣେ ଗ୍ରାହକଙ୍କୁ ଦିଆଯିବ।