ଲୋକେ ବିଭିନ୍ନ ପ୍ରକାର ଘଡ଼ି ବା ଘଣ୍ଟାର ବ୍ୟବହାର କରିଥାନ୍ତି। ସକାଳୁ ଉଠିବାଠାରୁ ରାତିରେ ଶୋଇବା ଯାଏଁ ଜରୁରୀ ହୋଇଥାଏ ଘଣ୍ଟା। କୁହାଯାଏ ସଠିକ୍ ସ୍ଥାନରେ ଘଣ୍ଟା ରଖିଲେ ଜୀବନରେ ସକରାତ୍ମକ ପ୍ରଭାବ ପଡ଼ିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗରେ ଘଣ୍ଟା ରଖିଲେ ଏହା ଶୁଭଦାୟକ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଶୟନ କକ୍ଷରେ ଓ ଡାଇନିଙ୍ଗ୍ ରୁମ୍ରେ ଘଣ୍ଟା ଲଗାଇବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏହି ସ୍ଥାନରେ ଘଣ୍ଟା ଏପରି ଲଗାନ୍ତୁ, ଯେପରି ପ୍ରବେଶ କରିବା ମାତ୍ରେ ଘଣ୍ଟା ନଜରରେ ଆସିବ ନାହିଁ। ଜାଣନ୍ତୁ..
ଘଣ୍ଟାକୁ କଦାପି କବାଟ ସାମ୍ନାରେ କିମ୍ବା ଠିକ୍ ଏହାର ଉପରକୁ ଲଗାନ୍ତୁ ନାହିଁ। ଏହାଦ୍ୱାରା ଦୁର୍ଭାଗ୍ୟ ପ୍ରବେଶ କରିଥାଏ।ଘରେ ପେଣ୍ଡୁଲମ୍ ଆକାରର ଘଣ୍ଟା ଲଗାଇବା ଶୁଭଙ୍କର। ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ଓ ଉତ୍ତମ ବୁଝାମଣା ରହିଥାଏ। ଖରାପ ସମୟ ଦୂର ହେବା ସହ ଧନହାନୀ ଦୂର ହୋଇଥାଏ।ଘଣ୍ଟାକୁ ପୂର୍ବ ଓ ଉତ୍ତର ଦିଗରେ ଲଗାଇବା ଶୁଭଙ୍କର। ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।କିଛି ଲୋକେ ଟେବୁଲ ଉପରେ ଘଣ୍ଟା ରଖିଥାଆନ୍ତି। ମାତ୍ର ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହେବା ସହ ପରିବାରରେ ଅଶାନ୍ତି ଲାଗି ରହେ।ଦକ୍ଷିଣ ଦିଗରେ ଘଣ୍ଟା ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଜୀବନରେ ସମସ୍ୟା ଲାଗି ରହେ।ଦକ୍ଷିଣ ଦିଗରେ ଘଣ୍ଟା ରଖିଲେ ଘରର ସଦସ୍ୟ ମାନଙ୍କ ଆର୍ଥିକ ସମସ୍ୟା ଦେଖା ଦେବା ସହ ଘରର ମୁଖ୍ୟ ଲୋକଙ୍କ ଶରୀର ମଧ୍ୟ ରୋଗଗ୍ରସ୍ତ ରହେ।ଘରର କବାଟ କିମ୍ବା ଝରକା ଉପରେ ଲଗାଇଲେ ବିଭିନ୍ନ ସମସ୍ୟା ଲାଗି ରହେ।ପୂର୍ବ ଦିଗରେ ଏହା ରଖିଲେ ଘରେ ଆନନ୍ଦର ବାତାବରଣ ରହିବା ସହ ଆର୍ଥିକ ଉନ୍ନତି ଘଟିଥାଏ।ପଶ୍ଚିମ ଦିଗରେ ରଖିଲେ ଜୀବନରେ ଉନ୍ନତି ଘଟିଥାଏ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post