ଟ୍ରମ୍ପଙ୍କ ଘୋଷଣା ପରେ ସେୟାର ମାର୍କେଟରେ ହାହାକାର, ୧୫୦୦ ପଏଣ୍ଟ ଖସିଲା ସେନସେକ୍ସ
ଟ୍ରମ୍ପଙ୍କ ଘୋଷଣା ପରେ ସେୟାର ମାର୍କେଟରେ ହାହାକାର । ନିବେଶକଙ୍କ ୯ ଲକ୍ଷ କୋଟି ସ୍ବାହା । ଯୁଦ୍ଧ ଜାରି ରହିବ ଟ୍ରମ୍ପଙ୍କ ସିଗନାଲ ପରେ ଖସିଲା ଭାରତୀୟ ପୁଞ୍ଜିବାର । ଖୋଲୁ ଖୋଲୁ ମାର୍କେଟ କ୍ରାସ । ପ୍ରାୟ ୧୫୦୦ ପଏଣ୍ଟ ଖସିଲା ସେନସେକ୍ସ । ସେହିପରି ନିଫ୍ଟି ପ୍ରାୟ ୫୦୦ ପଏଣ୍ଟ ଖସିଛି । ବିଏସଇର ସମସ୍ତ ଟପ୍ ୩୦ ସେୟାର ରେଡ ଜୋନରେ । ୪. ୫୯ ପ୍ରତିଶତ ସହ ସବୁଠାରୁ ଅଧିକ ଖସିଛି ସନଫାର୍ମା । ସେହିପରି ଇଣ୍ଡିଗୋ ଏବଂ ଅଦାନୀ ପୋର୍ଟ ସେୟାର ୩. ୬୦ ପ୍ରତିଶତ ଖସିଛି । କାଲି ଟ୍ରମ୍ପଙ୍କ ଯୁଦ୍ଧ ବନ୍ଦ ଘୋଷଣା ପରେ ମାର୍କେଟରେ ରାଲି ଦେଖବାକୁ ମିଳିଥିଲା । କିନ୍ତୁ ଆଜି ପୁଣି ଥରେ ୟୁ ଟର୍ଣ୍ଣ ମାରିଛି ଷ୍ଟକ ମାର୍କେଟ ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ସମାପ୍ତ ହେବାର ଆଶା ମଧ୍ୟରେ, ଗତକାଲି ଭାରତୀୟ ବଜାରରେ ବୃଦ୍ଧି ଦେଖାଯାଇଥିଲା, ଯାହା ଦୁଇ ଦିନର ହ୍ରାସକୁ ଭାଙ୍ଗିଥିଲା। ବୁଧବାର, ସେନସେକ୍ସ ୧,୧୮୬.୭୭ ପଏଣ୍ଟ (୧.୬୫%) ବୃଦ୍ଧି ପାଇ ୭୩,୧୩୪.୩୨ ରେ ବନ୍ଦ ହୋଇଥିଲା, ଯେତେବେଳେ ନିଫ୍ଟି ୫୦ ୩୪୮ ପଏଣ୍ଟ (୧.୫୬%) ବୃଦ୍ଧି ପାଇ ୨୨,୬୭୯.୪୦ ରେ ସ୍ଥିର ହୋଇଥିଲା।