ସେନ୍‌ସେକ୍ସ ୫୧୧ ପଏଣ୍ଟ ହ୍ରାସ

ବିଶ୍ବର ଅନ୍ୟତମ ପ୍ରମୁଖ ଜଳପଥ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ଲାଗି ଇରାନ ନିଷ୍ପତ୍ତି ନେଇଥିବାରୁ ବିଶ୍ବ ଷ୍ଟକ୍ ବଜାର କାରବାର ଉପରେ ତାହାର ପ୍ରଭାବ ପଡ଼ିଛି। ସୋମବାର ଭାରତ ସମେତ ବିଭିନ୍ନ ଦେଶର ଷ୍ଟକ୍ କାରବାର ମାନ୍ଦା ରହିଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୫୧୧ ପଏଣ୍ଟ ହ୍ରାସ ପାଇ ୮୧,୮୯୭ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୪୧ ପଏଣ୍ଟ ହ୍ରାସ ସହ ୨୪,୯୭୨ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସର ଅଂଶ ଥିବା ୩୦ଟି କମ୍ପାନି ମଧ୍ୟରୁ ୨୧ଟି କମ୍ପାନିର ସେୟାର ମୂଲ୍ୟ କମିଛି।

ଏଚ୍‌ସିଏଲ୍‌ ଟେକ୍‌, ଇନ୍‌ଫୋସିସ୍‌, ଏଲ୍‌ଆଣ୍ଡ୍‌ଟି ଓ ବିଇଏଲ୍‌ର ସେୟାର ମୂଲ୍ୟ ହ୍ରାସ ପାଇଛି। ସେହିପରି, ନିଫ୍ଟିର ଅଂଶ ଥିବା ୫୦ଟି କମ୍ପାନି ମଧ୍ୟରୁ ୩୫ଟିର ସେୟାର ମୂଲ୍ୟ କମିଛି। ସେଠାରେ ସୂଚନା ପ୍ରଯୁକ୍ତି, ଅଟୋମୋବାଇଲ୍‌, ଏଫ୍‌ଏମ୍‌ସିଜି ସଂସ୍ଥାଗୁଡ଼ିକର ସୂଚକାଙ୍କ ହାସ ପାଇଥିବା ବେଳେ ଗଣମାଧ୍ୟମ ଓ କଞ୍ଜ୍ୟୁମର୍ ଡ୍ୟୁରେବଲ୍‌ସ ସୂଚକାଙ୍କ ବଢ଼ିଛି। ଏସିଆର ବିଭିନ୍ନ ଷ୍ଟକ୍ ବଜାରରେ କାରବାର ମଧ୍ୟ ପ୍ରଭାବିତ ହୋଇଛି।

Leave a comment