ଆରବିଆଇର ମନିଟାରି ପଲିସି କମିଟି ବୈଠକ: ଅପରିବର୍ତ୍ତିତ ରହିଲା ପୂର୍ବର ରେଟ୍

ବଦଳିଲାନି ରେପୋ ରେଟ୍ । ଅପରିବର୍ତ୍ତିତ ରହିଲା ପୂର୍ବର ରେଟ୍ । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ରେପୋ ରେଟ୍ ଜାରି କରାଯାଇଛି । ତେବେ ଏଥିରେ କୌଣସି ପରିବର୍ରନ ହୋଇନାହିଁ ।

ଶୁକ୍ରବାର ଆରବିଆଇର ମନିଟାରି ପଲିସି କମିଟି ବୈଠକ ବସିଥିଲା । ଏଥିରେ ରେପୋରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବଭଳି ୫.୨୫ ବେସିସ୍ ପଏଣ୍ଟ୍ ରହିବ । ଅର୍ଥାତ ଲୋନ୍ କିମ୍ବା ଇଏମଆଇ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ, ବିଶ୍ୱ ବଜାରରେ ଅନିଶ୍ଚିତତା ଜାରି ରହିଛି । ଏବେ ଭାରତରେ ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ରହିଛି । ମହଙ୍ଗା ଦର ଆରବିଆଇର ସୀମା ମଧ୍ୟରେ ରହିଛି । ଏହା ୪ ପ୍ରତିଶତ ଆଖପାଖରେ ରହିଛି । ଅର୍ଥାତ ଦେଶ ଉପରେ ଦରଦାମ ବୃଦ୍ଧିର ବୋଝ ନାହିଁ ।

ସେ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ଦେଶର ଜିଡିପି ଏବଂ ଦରଦାମ ବୃଦ୍ଧିର ନୂଆ ବେସ୍ ଇଅର୍ ବା ବର୍ଷ ଆସିବ । ଭାରତୀୟ ଅର୍ଥବ୍ୟବସ୍ଥା ଏବେ ଭଲ ଅଛି । ବିକାଶ ସକରାତ୍ମକ ରହିଛି । ଆଗାମୀ ଦିନରେ ଜିଡିପି ବୃଦ୍ଧି ୭.୪ ପ୍ରତିଶତ ରହିବ । ୨୦୨୬ ବଜେଟରେ ଦେଶର ବିକାଶ ପାଇଁ ଅନେକ କିଛି ଘୋଷଣା କରାଯାଇଥିବା ସେ ପ୍ରକାଶ କରିଛନ୍ତି

Leave a comment