ବିଭିନ୍ନ ରାଜ୍ୟରେ ଶସ୍ତା ହେଲା ପେଟ୍ରୋଲ୍, ଡିଜେଲ୍
ନୂଆଦିଲ୍ଳୀ: ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ଦର କମିଛି । ତେବେ ଓଡ଼ିଶା, କେରଳ, ମଧ୍ୟପ୍ରଦେଶ, ମଣିପୁର, ଗୁଜୁରାଟ, ହରିଆଣା, ଗୋଆ ଓ ୟୁପିରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିପାଇଛି । ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ୍ର ନୂଆ ଦର ଜାରି କରିଛନ୍ତି । ଯଦିଓ ସରକାର ଜାତୀୟ ସ୍ତରରେ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ହ୍ରାସ ଘୋଷଣା କରିନାହାଁନ୍ତି । ତଥାପି ଅନେକ ରାଜ୍ୟରେ ଦର କମିବା ଜଣାପଡ଼ିଛି । ତେବେ ମହାରାଷ୍ଟ୍ରରେ ପେଟ୍ରୋଲ୍ ଓ ଡିଜେଲ ଶସ୍ତା ହୋଇଛି । ପେଟ୍ରୋଲ ଦରରେ ଆଜି ୧୮ପଇସା ହ୍ରାସ ପରେ ପେଟ୍ରୋଲ ଲିଟର ପିଛା ୧୦୬.୪୪ ଟଙ୍କାରେ ପହଁଚିଛି । ଡିଜେଲ ଦର ଲିଟର ପିଛା ୧୯ ପଇସା ହ୍ରାସ ପାଇ ୯୨.୯୪ଟଙ୍କାରେ ପହଁଚିଛି । ବିହାରରେ ଲିଟର ପିଛା ପେଟ୍ରୋଲର ଦର ୧୪ ପଇସା ହ୍ରାସ ପାଇ ୧୦୯.୨୩ଟଙ୍କା ଓ ଡିଜେଲର ଦରରେ ୧୩ ପଇସା ହ୍ରାସ ପାଇ ୯୫.୮୮ ଟଙ୍କାରେ ପହଁଚିଛି । ସେହିପରି ଛତିଶଗଡ, ଜମ୍ମୁ-କଶ୍ମୀର, କଣ୍ଣାଟକ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ମଧ୍ୟ ପେଟ୍ରୋଲ ଓ ଜିଜେଲ ଦର ହ୍ରାସ ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୭୨ଟଙ୍କା ଓ ଡିଜେଲ୍ ଲିଟର ପିଛା ୮୯.୬୨ଟଙ୍କା ରହିଛି । ମୁମ୍ଭାଇରେ ପେଟ୍ରୋଲ ଲିଟର ପିଛା ୧୦୬.୩୧ଟଙ୍କା ଓ ଡିଜେଲ୍ ଲିଟର ପିଛା ୯୪.୨୭ଟଙ୍କା ରହିଛି । କୋଲକତାରେ ପେଟ୍ରୋଲ୍ ଲିଟର ପିଛା ୧୦୬.୦୩ଟଙ୍କା ଓ ଡିଜେଲ ଲିଟର ପିଛା ୯୨.୭୬ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୭୩ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୩୩ଟଙ୍କା ରହିଛି ।