ସାରା ଦେଶରେ ବର୍ଷ ୨୦୨୪କୁ ସ୍ୱାଗତ କରିବା ଲାଗି ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବହୁ ଛୋଟ ବଡ କମ୍ପାନୀରେ ବି ନୂଆବର୍ଷର ମାହୋଲ ଦେଖିବାକୁ ମିଳିଲାଣି । କିନ୍ତୁ ଅନଲାଇନ୍ ପେମେଣ୍ଟ ସର୍ଭିସ ପ୍ରଦାନ କରୁଥିବା ଲୋକପ୍ରିୟ କମ୍ପାନୀ Paytm ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଏହାର କର୍ମଚାରୀଙ୍କୁ ବଡ ଝଟକା ଦେଇଛି ।Paytm ର ପ୍ୟାରେଣ୍ଟ କମ୍ପାନୀ Paytm ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି ।Paytm କଷ୍ଟ କଟିଂ ଓ ଏହାର ବିଜନେସ୍କୁ ବ୍ୟବସ୍ଥିତ କରିବା ଲାଗି ଏହି ବଡ ପଦକ୍ଷେପ ନେଇଛି । ଏହା ସହିତ ସଂକେତ ଦେଇଛି କି ଆଗାମୀ ଦିନରେ ଏପରି ନିଷ୍ପତ୍ତି ଜାରି ରହିବ । ରିପୋର୍ଟ ଅନୁସାରେ ଏହି ଛଟେଇ ଆଗାମୀ କିଛି ମାସ ମଧ୍ୟରେ ହୋଇଛି ।ବିଜୟ ଶେଖର ବର୍ମାଙ୍କ କମ୍ପାନୀ Paytm ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ୱାରା Paytmର ପ୍ରାୟ ୧୦% ୱାର୍କଫୋର୍ସ ପ୍ରଭାବିତ ହୋଇଛନ୍ତି । ଗତ କିଛି ସମୟ ଭିତରେ ଫିନଟେକ୍ କମ୍ପାନୀରେ ହୋଇଥିବା ବଡ ଛଟେଇରେ ଏବେ Paytmର ନାମ ସାମିଲ ହୋଇଯାଇଛି । ତେବେ Paytmର ଏହି ଛଟେଇ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବ କମ୍ପାନୀର ଲୋନ୍ ବିଜନେସ୍ ସହ ଜଡିତ ବିଭାଗ ଉପରେ ପଡିଛି ।
Trending
- ମେଟ୍ରୋରେ କୌଣସି ପ୍ରକାରର ଶବ୍ଦ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ
- ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ
- ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା,ଲିଭିଲା ୨୧ ଜଣଙ୍କ ଜୀବନ
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
Prev Post