ଆପଲ୍ ଆଇଫୋନ୍ ୧୫, ଚାରୋଟି ଭାରିଏଣ୍ଟ ବଜାରକୁ ଆସିଲା
ନୂଆଦିଲ୍ଲୀ – ଆପଲ୍ ଆଇଫୋନ୍କୁ ଫୋନ୍ ବ୍ୟବହାରକାରୀମାନେ ବେଶ୍ ପସନ୍ଦ କରନ୍ତି । ଏବେ ଭାରତରେ ଆପଲ୍ ଆଇଫୋନ୍ର ଉତ୍ପାଦନ ହେଉଛି ।ଚଳିତ ବର୍ଷ ଆପଲ୍ ଆଇଫୋନ୍ ୧୫ ବଜାର ପ୍ରବେଶ କରିବାକୁ ଯାଉଛି । ଏଥିରେ ପଛଭାଗରେ ତିନୋଟି ହାଇରେଜୋଲ୍ୟୁସନ୍ କ୍ୟାମେରା ରହିଛି । ଆପଲ୍ ଆଇଫୋନ୍ ୧୫, ଚାରୋଟି ଭାରିଏଣ୍ଟ ବା ପ୍ରକରଣରେ ଉପଲବ୍ଧ ହେବ । ଏହାର ପ୍ରୋମାକ୍ସକୁ, ଅଲଟ୍ରା ନାମରେ ରିବ୍ରାଣ୍ଡ କରାଯାଇପାରେ । ସବୁଥିରେ ଫ୍ରୋଷ୍ଟେଡ୍ ଗ୍ଲାସ ରହିବ । ଏହା ବେଶ୍ ହାଇଏଣ୍ଡ ଫୋନ୍ । ପ୍ରାୟ ସେପ୍ଟେମ୍ବର ମାସରେ ଏହା ବଜାର ପ୍ରବେଶ କରିପାରେ ବୋଲି ଅନୁମାନ କରାଯାଇଛି । ଏଥିରେ ୟୁଏସ୍ବି ସି ସହ ଓ୍ୱାରଲେସ୍ ଚାର୍ଜିଂ ବ୍ୟବସ୍ଥା ରହିଛି ।