ବନ୍ଦ ହେବାକୁ ଯାଉଛି ମେଟା କମ୍ପାନୀର ମେସେଞ୍ଜର ଆପ୍
ଯଦି ଆପଣ ମେଟା କମ୍ପାନୀର ମେସେଞ୍ଜର ଆପ ବ୍ୟବହାର କରୁଛନ୍ତି, ତେବେ ଆଜିର ଏହି ଖବର ଆପଣଙ୍କ ପାଇଁ ବିଶେଷ। କମ୍ପାନୀ ନିକଟରେ ଘୋଷଣା କରିଛି ଯେ ମେସେଞ୍ଜର ଆପ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି। ଉପଭୋକ୍ତାମାନଙ୍କୁ ସତର୍କ କରିବା ପାଇଁ ନୋଟିଫିକେସନ ମଧ୍ୟ ପଠାଯାଉଛି। ଆଗାମୀ ୬୦ ଦିନ ମଧ୍ୟରେ ଏହି ଆପ ସମ୍ପୂର୍ଣ୍ଣ ଭାବେ କାମ କରିବା ବନ୍ଦ କରିଦେବ। ଆପ ବନ୍ଦ ହେବା ପରେ ଆପଣ ଫେସବୁକର ଅଫିସିଆଲ ସାଇଟ କିମ୍ବା messenger.com ମାଧ୍ୟମରେ ମେସେଞ୍ଜର ବ୍ୟବହାର କରିପାରିବେ।
ମେଟା ଟେକ୍କ୍ରଞ୍ଚକୁ ଜଣାଇଛି ଯେ, ୧୫ ଡିସେମ୍ବରଠାରୁ ଉଇଣ୍ଡୋଜ୍ ଓ ମ୍ୟାକ୍ ପାଇଁ ମେସେଞ୍ଜର ଡେସ୍କଟପ୍ ଆପ୍ ବନ୍ଦ ହେବ। ୧୫ ଡିସେମ୍ବର ପରେ ଆପଣ ଏହି ଆପ୍ରେ ଲଗ୍ଇନ୍ କରିପାରିବେ ନାହିଁ ଏବଂ ମେସେଞ୍ଜର ଆପ୍କୁ ଖୋଲିବାକୁ ଚେଷ୍ଟା କଲେ। ଏହା ଆପଣଙ୍କୁ ଫେସବୁକ୍ ୱେବସାଇଟ୍କୁ ରିଡାଇରେକ୍ଟ କରିଦେବ।
ମେଟା କହିଛି ଯେ ଚାଟ୍ ହିଷ୍ଟ୍ରି ଉପଲବ୍ଧ ରହିବ, କିନ୍ତୁ କେବଳ ଯଦି ଆପଣ ସିକ୍ୟୁର ଷ୍ଟୋରେଜ ଅପସନ୍ ଅନ୍ କରିଥିବେ। ଏହି ଫିଚର୍ ଆପଣଙ୍କ ଏନକ୍ରିପଟେଡ୍ ଚାଟ୍କୁ ସମସ୍ତ ଡିଭାଇସରେ ସେଭ ଓ ସିଙ୍କ କରିବାର ସୁବିଧା ଦେଇଥାଏ। ଏହି ଫିଚର ଅନ୍ ଅଛି କି ନାହିଁ, ତାହା ଜାଣିବା ପାଇଁ ଆପଣଙ୍କୁ ଆପ୍ର ସେଟିଂସରେ ପ୍ରାଇଭେସୀ ଆଣ୍ଡ ସେଫଟି ବିଭାଗକୁ ଯାଇ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପଟେଡ୍ ଚାଟ୍ ଅପସନ୍କୁ ଯାଞ୍ଚ କରିବାକୁ ହେବ। ଏହାପରେ ମେସେଜ୍ ଷ୍ଟୋରେଜ୍ ଉପରେ ଟାପ କରି ଦେଖିବାକୁ ହେବ ଯେ ସିକ୍ୟୁର ଷ୍ଟୋରେଜ ଅପସନ୍ ସକ୍ରିୟ ଅଛି କି ନାହିଁ।