ଏୟାର ଇଣ୍ଡିଆ ବିମାନ ଦୁଇ ଘଣ୍ଟା ଚକର କାଟିବା ପରେ ସୁରକ୍ଷିତ ଲ୍ୟାଣ୍ଡି କଲା ବିମାନ

ମଝି ଆକାଶରେ ବାଜି ଲାଗିଥିଲା ଜୀବନ। ତ୍ରିଚି ବିମାନ ବନ୍ଦରରୁ ଶାରଜାହ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ତ୍ରୁଟି ଦେଖାଦେବାରୁ ମଝି ଆକଶରେ ଦୁଇ ଘଣ୍ଟା ଚକର କାଟିଥିଲା ବିମାନ। ସୂଚନା ଅନୁଯାୟୀ, ବିମାନରେ ଥିବା ହାଇଡ୍ରୋଲିକ ବ୍ୟବସ୍ଥା କାର୍ଯ୍ୟ କରୁନଥିଲା ।

ପାଇଲଟ ବିମାନବନ୍ଦର କର୍ତୃପକ୍ଷଙ୍କୁ ଜଣାଇବା ପରେ ଜରୁରୀ ଅବତରଣ କରିଥିଲା ।  ସନ୍ଧ୍ୟା ୫.୪୦ ମିନିଟରେ ସମ୍ପୃକ୍ତ ଏୟାର ଇଣ୍ଡିଆ ବିମାନ ଉଡାଣ କରିଥିଲା। ତେବେ ଉଡାଣ ବେଳେ କୌଣସି ଅସୁବିଧା ହୋଇନଥିବା ବେଳେ ଉଡାଣ କରିବାର କିଛି ସମୟ ପରେ ପାଇଲଟ ହାଇଡ୍ରୋଲିକ ବ୍ୟବସ୍ଥାରେ ସମସ୍ୟା ଥିବା ଜାଣିପାରିଥିଲେ ଓ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ବିମାନରେ ୧୪୦ ଜଣ ଯାତ୍ରୀ ଓ ୨୦ ଜଣ ବିମାନ କର୍ମଚାରୀ ଥିଲେ । ବିମାନ ଉଡାଣ ଓ ଅବତରଣ ସମୟରେ ଚକ ଆପେ ବାହାରି ଥାଏ ଓ ପୁଣି ଭିତରକୁ ପ୍ରବେଶ କରିଥାଏ। ଯଦି ତାହା ଠିକ ଭାବରେ କାମ ନ କରେ ସେ କ୍ଷେତ୍ରରେ ଇନ୍ଧନ ସରିବା ଯାଏଁ ବିମାନକୁ ଉଡାଇ ରଖିବାକୁ ପଡିବ ଓ ଶେଷରେ ଆବଶ୍ୟକ ପଡିଲେ କ୍ରାସ ଲ୍ୟଣ୍ଡିଙ୍ଗ କରାଯିବ। ସୁରକ୍ଷିତ ଲ୍ୟାଣ୍ଡି ପାଇଁ  ତ୍ରିଚି ବିମାନବନ୍ଦରରେ ୪୦ଟି ଆମ୍ବୁଲାନ୍ସ ସମେତ ଅଗ୍ନିଶମ ବିଭାଗ, ଉଦ୍ଧାରକାରୀ ଦଳ ଓ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା ।