ଦିନକୁ ଦିନ ବଢି ଚାଲିଛି ସୁନା ଦର , ପୁଣି ଟପିବ ଲକ୍ଷ
ପୁଣି ଚିନ୍ତା ବଢାଇଲା ସୁନା ଦର। ଦିନକୁ ଦିନ ବଢି ଚାଲିଛି ଦର। ଜୁଲାଇ ୧୭ ଅର୍ଥାତ୍ ଗୁରୁବାର ପୁଣି ବଢିଛି ସୁନା ଦାମ୍ । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୯,୩୩୦ ଟଙ୍କା ରହିଛି । ଗତକାଲି ୯୯,୨୮୦ ଟଙ୍କା ଥିଲା । ଏଥିରେ ୫୦ ଟଙ୍କା ବୃଦ୍ଧି ପାଇଛି ।
୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୧,୦୫୦ ଟଙ୍କା ରହିଛି । ଗତକାଲି ୯୧,୦୦୦ ଟଙ୍କା ଥିଲା । ଏଥିରେ ୫୦ ଟଙ୍କା ବୃଦ୍ଧି ପାଇଛି । ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୭୪,୫୦୦ ଟଙ୍କା ରହିଛି । ଗତକାଲି ୭୪,୪୬୦ ଟଙ୍କା ଥିଲା। ଏଥିରେ ୪୦ ଟଙ୍କା ବୃଦ୍ଧି ହୋଇଛି ।