ଧନୀ ତାଲିକାକୁ ପୁଣି ଫେରିଲେ ଗୌତମ ଆଦାନୀ

ଅଦାନି ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ପୁଣି ଥରେ ବିଶ୍ୱର ୨୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଛନ୍ତି ।ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ୬୬.୭ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏହି କାରଣରୁ ଗୌତମ ଆଦାନୀ ଏବେ ୧୯ତମ ସ୍ଥାନରେ ରହିଛନ୍ତି। ଆଦାନୀ ଗ୍ରୁପ୍ ସେୟାରରେ ଜବରଦସ୍ତ ବୃଦ୍ଧି ପରେ ଗୌତମ ଆଦାନୀଙ୍କ ସମ୍ପତ୍ତି ୬.୫ ବିଲିୟନ ଡଲାର ବୃଦ୍ଧି ପାଇଛି।ନଭେମ୍ବର ୨୮ରେ ଆଦାନୀ ଗ୍ରୁପ୍ ସେୟାରର ମୋଟ ମାର୍କେଟ୍ କ୍ୟାପ୍ ୧.୦୪ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୧୧.୨୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୨ ଏପ୍ରିଲ ୧୧ ପରଠାରୁ ଏହା ଗୋଟିଏ ଦିନରେ ସବୁଠାରୁ ବଡ଼ ବୃଦ୍ଧି ଥିଲା।