ଇଭି ବିକ୍ରିରେ ଦୁଇଚକିଆ ଇଲେକ୍ଟ୍ରିକ ଯାନର ଭାଗ ୫୭ ପ୍ରତିଶତ
ଇଭି ବିକ୍ରିରେ ଦୁଇଚକିଆ ଇଲେକ୍ଟ୍ରିକ ଯାନର ଭାଗ ୫୭ ପ୍ରତିଶତ ରହିଛି। ତିନିଚକିଆ ଇଲେକ୍ଟ୍ରିକ ଯାନ ଭାଗ ୩୫ ପ୍ରତିଶତ ରହିଛି। ଗତବର୍ଷ ୮୦ ଲକ୍ଷ ଇଲେକ୍ଟ୍ରିକ ତିନିଚକିଆ ଯାନ ବିକ୍ରି ହୋଇଛି। ଚାରିଚକିଆ ଇଭି ବିକ୍ରି ୧,୭୫,୦୦୦ ୟୁନିଟ୍ ରହିଛି। ଇଭି ବିକ୍ରିରେ ୪ ଲକ୍ଷ ଗାଡ଼ି ସହ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ଦେଶର ୧୮ ପ୍ରତିଶତ ଇଭି ସେହି ରାଜ୍ୟରେ ବିକ୍ରି ହୋଇଛି। ଏହା ପଛକୁ ରହିଛି ମହାରାଷ୍ଟ୍ର। କର୍ଣ୍ଣାଟକରେ ୨,୦୦,୦୦୦ ଇଭି ବିକ୍ରି ହୋଇଛି। ଏହି ତିନି ରାଜ୍ୟରେ ଦେଶର ୪୦ ପ୍ରତିଶତ ଇଭି ବିକ୍ରି ହୋଇଛି।