ପୂର୍ବତଟ ରେଳପଥ ଦୁଇଟି ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କଲା

ପୂର୍ବତଟ ରେଳପଥକୁ ଅନ୍ୟ ଜୋନାଲ ରେଳବାଇ ସହିତ ମିଳିତ ଭାବରେ ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗ କ୍ଷେତ୍ରରେ ଦୁଇଟି ସମ୍ମାନଜନକ ଦକ୍ଷତା ଶିଲ୍ଡ ପ୍ରଦାନ କରାଯାଇଅଛି | ପୂର୍ବତଟ ରେଳପଥର ମହାପ୍ରବନ୍ଧକ  ମନୋଜ ଶର୍ମାଙ୍କ ସହିତ ରେଳପଥର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ  ଭି ଆର ଲେନିନ୍ ବାଣିଜ୍ୟ ବିଭାଗରେ ଦକ୍ଷତା ଶିଲ୍ଡ ଗ୍ରହଣ କରିଥିବାବେଳେ ପ୍ରମୁଖ ସୁରକ୍ଷା ଆୟୁକ୍ତ  ଆଲୋକ ବୋହରାଙ୍କ ସହ ସୁରକ୍ଷା ବିଭାଗ ପାଇଁ ଦକ୍ଷତା ଶିଲ୍ଡ ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ  ଅଶ୍ବିନୀ ବୈଷ୍ଣବଙ୍କ ଠାରୁ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ 68 ତମ ଜାତୀୟ ରେଳ ପୁରସ୍କାର ସମାରୋହରେ ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି |ଏହା ବ୍ୟତୀତ, ପୂର୍ବତଟ ରେଳପଥକୁ ଗୋଟିଏ ବ୍ୟକ୍ତିଗତ ପୁରସ୍କାର “ଅତି ବିଶିଷ୍ଟ ରେଳ ସେବା ପୁରସ୍କାର” ମଧ୍ୟ ପ୍ରଦାନ କରାଯାଇ ଅଛି | ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ମଣ୍ଡଳ ପରିଚାଳନା ପ୍ରବନ୍ଧକ  ରାନ୍ଦି ମନୋଜ ବାବୁ ବ୍ୟକ୍ତିଗତ ଭାବେ “ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ରେଳ ମନ୍ତ୍ରୀଙ୍କ ଠାରୁ ଗ୍ରହଣ କରିଛନ୍ତି | ରେଳ କର୍ମଚାରୀଙ୍କ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରେଳ କର୍ମଚାରୀଙ୍କୁ ନୂଆ ଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନ ଠାରେ ଅବସ୍ଥିତ ଭାରତ ମଣ୍ଡପମ ଠାରେ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର -୨୦୧୩ ପୁରସ୍କାର  ପ୍ରଦାନ କରିଛନ୍ତି |